ମଂଚ ଉପରେ ବିଡିଓଙ୍କୁ ଗାଳିଗୁଲଜ
ଦେଶ ଗତ କାଲି ଅଗଷ୍ଟ ୧୫ରେ ୮୦ତମ ସ୍ୱାଧୀନତା ଦିବସ ପାଳନ କରୁଥିଲା ।
ଏହି ପରିପ୍ରେକ୍ଷୀରେ କନ୍ଧମାଳର କୋଟଗଡ଼ ଠାରେ ଆୟୋଜିତ ଏକ ସଭାକୁ ନିମନ୍ତ୍ରିତ ହୋଇଆସିଥିବା ବିଡିଓଙ୍କୁ ଅସମ୍ମାନିତ ହେବାକୁ ପଡ଼ିଛି ।
ମଂଚ ଉପରେ ବ୍ଲକ ଚେୟାରମ୍ୟାନ ସମେତ ତାଙ୍କ କିଛି ସମର୍ଥକ ବିଡିଓଙ୍କୁ ଗାଳିଗୁଲଜ କରିଥିଲେ ।
ଏତିକିରେ ରାଗ ଶାନ୍ତ ହେଲାନି ଯେ, ପୋଡିୟମକୁ ମଧ୍ୟ ଚେୟାରମ୍ୟାନ ଠେଲି ଦେଇଥିଲେ ।
ଏହି ଘଟଣା ପରେ ସେଠାରେ ଉପସ୍ଥିତ ପୁଲିସ ସମ୍ପୃକ୍ତ ଚେୟାରମ୍ୟାନଙ୍କୁ ତାଗିଦ କରିଥିଲା ।








