ଥମୁନି ବନ୍ୟା, କମୁନି ଦୁର୍ଦ୍ଦଶା
୮ ଦିନ ହେବ ଘରେ ଜମିଛି ବନ୍ୟାପାଣି
ରାଜ୍ୟରେ ଲାଗି ରହିଛି ତୁହାକୁ ତୁହା ବନ୍ୟା ।
ଫଳରେ ଲୋକଙ୍କ ଦୁର୍ଦ୍ଦଶା କମୁନାହିଁ ।
ବିଶେଷ କରି ଏହି ବନ୍ୟାରେ ଉତର ଓଡ଼ିଶାର ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲା ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି ।
ଭଦ୍ରକର ବାସୁଦେବପୁର ଅଂଚଳରେ ବନ୍ୟା ସ୍ଥିତି ଉକ୍ରଟ ହୋଇଛି ।
ଦୀର୍ଘ ୮ ଦିନ ହେଲା ଘରେ ଜମି ରହିଛି ବନ୍ୟାପାଣି ।
ଫଳରେ ଉଠା ଚୁଲି କରି ରୋଷେଇ କରୁଛନ୍ତି ଲୋକେ ।








