ମାଷ୍ଟରକ୍ୟାଂଟିନ ଛକ ପାଲଟିଲା ରଣକ୍ଷେତ୍ର
ପୁଲିସ-ଅନଲାଇନ ଡ୍ରାଇଭର ସଂଘର୍ଷ
ନିିଜର ହକ୍ ଦାବି ପୂରଣ ପାଇଁ ଭୁବନେଶ୍ୱରରେ ଗତ ୩ ଦିନ ହେବ ଅନ୍ଲାଇନ ଡ୍ରାଇଭରମାନେ ଧାରଣା ଦେଇଛନ୍ତି ।
ତେବେ ବୁଧବାର ସେମାନଙ୍କୁ ଘଉଡ଼ାଇବା ପାଇଁ ପୁଲିସ ପ୍ରଶାସନ ତତ୍ପରତା ଦେଖାଇଥିଲାା । ଫଳରେ ରାଜଧାନୀର ମାଷ୍ଟରକ୍ୟାଂଟିନ ଛକ ଏବଂ ଲୋୟର ପିଏମଜି ରଣକ୍ଷେତ୍ର ପାଲଟିଥିଲା ।
ଗୋଟିଏ ପଟେ ପୁଲିସ ବାହିନୀର ଲାଠିଚାର୍ଜ କରାଯାଇଥିବାବେଳେ ଟେକାପଥର ମାଡ଼ କରି ଧାରଣାରତ ଡ୍ରାଇଭରମାନେ ଏହାର କଡ଼ା ଜବାବ ଦେଇଥିଲେ । ଫଳରେ ଉତେଜନା ବଢ଼ିଥିଲା ।
ଅନ୍ଲାଇନ ଅଟୋ, କାବ ଓ ଉବେରର ଡ୍ରାଇଭରମାନେ ହିଂସାତ୍ମକ ଆଚରଣ କରିଥିଲେ । ସେମାନେ ଏକ ‘ଆମ ବସ୍’କୁ ପଥରମାଡ଼ କରି ଭାଙ୍ଗି ଚୁରମାର କରିଦେଇଛନ୍ତି ।
ତେଣେ ପରିସ୍ଥିତି ଅଣାୟତ ହେବାରୁ ପୁଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା । ଏହି ଆନେ୍ଦାଳନରେ ଘରୋଇ ପରବହନ କମ୍ପାନୀ ଓଲା, ଉବେର, ରାପିଡ଼ୋର ଡ୍ରାଇଭରମାନେ ଏକାଠି ହୋଇଛନ୍ତି ।
ଏହି ସଂଘର୍ଷ ଯୋଗୁଁ ଆଜି ରେଲୱେ ଷ୍ଟେସନର ଏୟାରପୋର୍ଟ ପର୍ଯ୍ୟନ୍ତ ରାସ୍ତା ଜାମ ହୋଇରହିଛି ।
ଫଳରେ ଶତାଧିକ ଗାଡ଼ି ମଟର ଅଟକି ରହିଥିବାବେଳେ ଲୋକେ ନାହିଁ ନଥିବା ଅସୁବିଧା ଭୋଗିଥିଲେ ।
ଏଥିସହ ଷ୍ଟେସନ ଓ ଏୟାରପୋର୍ଟରୁ ଫେରୁଥିବା ଯାତ୍ରୀ ହନ୍ତସନ୍ତ ହୋଇଥିଲେ ।








