ବନ୍ୟାରେ ଫସିଥିବା ୩ଶହ ଅନ୍ତେବାସୀଙ୍କ ଉଦ୍ଧାର ଜାରି
୪ ଦିନ ହେବ ଫସି ରହିଥିଲେ
ଚଳିତ ବର୍ଷର ୨ୟ ପର୍ଯ୍ୟାୟ ବନ୍ୟାରେ କେନ୍ଦ୍ରାପଡ଼ା ଜିଲା ବିଶେଷ ଭାବେ ପ୍ରଭାବିତ ହୋଇଛି ।
କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ କୁଳସାହି ଆଶ୍ରମ ଆବାସିକ ବିଦ୍ୟାଳୟର ୩ ଶହ ଅନ୍ତେବାସୀ ଏହି ବନ୍ୟାରେ ୪ ଦିନ ଧରି ଜଳବନ୍ଦୀ ଥିଲେ ।
ତେବେ ବୁଧବାର ବନ୍ୟା ପାଣି ଖସିବା ପରେ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ପକ୍ଷରୁ ସେମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ଏଥିରେ ୨୫ ଜଣିଆ ଓଡ୍ରାଫ୍ ଟିମ ନିୟୋଜିତ ଅଛନ୍ତି ।
ଏହି ପିଲାମାନଙ୍କୁ ଅନ୍ୟ ସ୍କୁଲକୁ ସ୍ଥାନାନ୍ତର କରାଯାଉଛି ।
ସେମାନଙ୍କୁ ଉଦ୍ଧାର କାର୍ଯ୍ୟରେ ୩ଟି ପାୱାରବୋଟ ଲଗାଯାଇଛି ।








