ଗାଁରେ ମିଳିବ ସହରୀ ସୁବିଧା : ମନ୍ତ୍ରୀ
ଆଉ ଆଗକୁ ଗାଁରେ ରହୁଥିବା ଲୋକଙ୍କୁ ଆବଶ୍ୟକତା ପୂରଣ ନିମନ୍ତେ ସହରକୁ ଯିବାକୁ ପଡ଼ିବ ନାର୍ହି । କାରଣ ଗାଁରେ ସେମାନଙ୍କୁ ମିଳିବ ସମସ୍ତ ପ୍ରକାରର ସହରୀ ସୁବିଧା । ଏନେଇ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ ଗୁରୁବାର ଘୋଷଣା କରିଛନ୍ତି ।
ସରକାରଙ୍କ ନୂତନ ଗ୍ରାମୀଣ ସମ୍ପଦ ଯୋଜନା ଅନୁଯାୟା, ଆଗକୁ ପ୍ରତି ଗାଁରେ ଆଦର୍ଶ ଖେଳପଡ଼ିଆ, ଆଦର୍ଶ କଲ୍ୟାଣ ମଣ୍ଡପ ରହିବ ।
ଏଥିସହ ଆଦର୍ଶ ଗ୍ରାମୀଣ ହାଟ, ଆଦର୍ଶ ପୋଖରୀ ଓ ଆଦର୍ଶ ମଣ୍ଡପ ମଧ୍ୟ ରହିବ । ସେହିପରି ଶ୍ମଶାନ, ଆଦଶ ହାଟ, ଗ୍ରାମୀଣ ପାର୍କ ଭଳି କାମ ହାତକୁ ନେବ ବିଭାଗ ।
ଏହି ସମସ୍ତ କାର୍ଯ୍ୟ ପାଇଁ ପ୍ରତି ବର୍ଷ ପ୍ରତି ପଂଚାୟତକୁ ସରକାର ୩ କୋଟି ଟଙ୍କା ଦେବେ ।
ପ୍ରତି ଗାଁରେ ଆଦର୍ଶ ଖେଳପଡ଼ିଆ ନିମନ୍ତେ ସରକାର ୭୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ ।
ସେହିଭଳି ଆଦର୍ଶ କଲ୍ୟାଣ ମଣ୍ଡପ ପାଇଁ ୪୯ ଲକ୍ଷ ଟଙ୍କା ମିଳିିବ ବୋଲି ମନ୍ତ୍ରୀ ଶ୍ରୀ ନାୟକ ଘୋଷଣା କରିଛନ୍ତି ।







