ଆନାଲଗ ସ୍ପେସ ମିଶନରେ ଓଡ଼ିଆ
ଓଡ଼ିଶା ତଥା ଭାରତ ପାଇଁ ଗୌରବ ଆଣିଛନ୍ତି ବ୍ରହ୍ମପୁରର ସ୍ପେସ ଆର୍କିଟେକ୍ଟ ବିଶ୍ୱଜିତ ଦାସ ।
ସେ ବ୍ୟୋମ ସେତୁ ଆନାଲଗ ସ୍ପେସ ମିଶନ ପାଇଁ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି ।
ଏଥିପାଇଁ ସେ ପୋଲାଣ୍ଡରେ ଟ୍ରେନିଂ ନେଇଛନ୍ତି ।
ବିଶ୍ୱଜିତଙ୍କ ତତ୍ୱାବଧାନରେ ଭାରତରୁ ୭ ଜଣ ଭାଗ ନେଇଥିଲେ ।
ହେଲେ ସେମାନଙ୍କ ମଧ୍ୟରୁ ବିଶ୍ୱଜିତ ସଫଳତାର ଟ୍ରେନିଂ ଶେଷ କରି ବ୍ରହ୍ମପୁରକୁ ଫେରିଛନ୍ତି ।
ସେ ବ୍ୟୋମ ସେତୁ ଆନାଲଗ ସ୍ପେସ ମିଶନରୁ ୧ ମାସର ଟ୍ରେନିଂ ନେଇ ଫେରିଛନ୍ତି ।
ପୋଲାଣ୍ଡରେ ଟ୍ରେନିଂ ନେଇଥିବା ପ୍ରଥମ ଓଡ଼ିଆ ଭାବେ ବିଶ୍ୱଜିତ ସାରା ରାଜ୍ୟ ପାଇଁ ଗୌରବ ସାଉଁଟିଛନ୍ତି ।








