ବର୍ଷିୟାନ ସଙ୍ଗୀତଜ୍ଞ ପ୍ରଣବ ହେଲେ ନୀରବ
୧୯୩୮ ମସିହାରେ ଜନ୍ମିତ ହୋଇଥିବା ବର୍ଷିୟାନ ସଙ୍ଗୀତଜ୍ଞ ତଥା କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ୨୦୨୬ ଅଗଷ୍ଟ ୨୧ ତାରିଖ ଶୁକ୍ରବାର ନୀରବି ଯାଇଛନ୍ତି ।
୧୯୫୮ ମସିହାରେ ମା’ ଚଳଚ୍ଚିତ୍ରରୁ କ୍ୟାରିୟର ଆରମ୍ଭ କରିଥିବା ପ୍ରଣବ ୮୮ ବର୍ଷ ବୟସରଙ୍କ ଆଖି ବୁଜି ଦେଇଛନ୍ତି । ତାଙ୍କର ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି ।
ସ୍ୱର୍ଗତ ପ୍ରଣବ ପ୍ରଥମ କରି ଓଡ଼ିଆ ସଙ୍ଗୀତ ଜଗତରେ ଗଜଲ ପରମ୍ପରା ଆରମ୍ଭ କରିଥିଲେ । ତାଙ୍କୁ ମାଝୀ ସ୍ପେଶାଲ କହି ମନେ ପକାଇଲେ ବନ୍ଧୁ ଓ ଶୁଭେଚ୍ଛୁ ।
ତାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ବ୍ୟକ୍ତ କରିବା ସହ ପ୍ରଣବଙ୍କ ଦେହାନ୍ତରେ ଓଡ଼ିଆ କଳା ଓ ସଂସ୍କୃତି ଜଗତରେ ଏକ ଅପୂରଣୀୟ ଶୂନ୍ୟତା ସୃଷ୍ଟି ହୋଇଛି ବୋଲି କହିଛନ୍ତି ।
ତାଙ୍କର ସୁମଧୁର ସ୍ୱରର ମୂର୍ଚ୍ଛନା ଓ କାଳଜୟୀ ସଙ୍ଗୀତ ଚିରମାନ ଆମମାନଙ୍କ ମନରେ ଅମର ହୋଇ ରହିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ।
ତାଙ୍କର ଦିବଙ୍ଗତ ଆତ୍ମାର ସଦ୍ଗତି ନିମନ୍ତେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଶୋକବାର୍ତାରେ କହିଛନ୍ତି ।








