ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ‘ସୁଭଦ୍ରା’ ଟଙ୍କା
ଆସନ୍ତା ୨୮ ତାରିଖ ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ରାଜ୍ୟ ସରକାର ରାଜ୍ୟର ମା’ ଓ ଭଉଣୀମାନଙ୍କୁ ‘ସୁଭଦ୍ରା’ ଟଙ୍କା ଦେବେ ।
ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି ।
ରାଜ୍ୟର ସମସ୍ତ ଯୋଗ୍ୟ ମହିଳା ହିତାଧିକାରୀମାନେ ଆସନ୍ତା ୨୮ ତାରିଖ ରାକ୍ଷୀ ପୂର୍ଣ୍ଣିମାରେ ‘ସୁଭଦ୍ରା’ ଯୋଜନାର ପଂଚମ କିସ୍ତି ପାଇବେ ।
ନୟାଗଡ଼ରେ ରାଜ୍ୟସ୍ତରୀୟ ସମାରୋହରେ ଏହି ସୁଭଦ୍ରା ଟଙ୍କା ସେମାନଙ୍କୁ ଦିଆଯିବ ।
ଏହି ପରିପ୍ରେକ୍ଷୀରେ ରାଜ୍ୟର ୧ କୋଟିରୁ ଊଦ୍ଧ୍ୱର୍ ମହିଳାଙ୍କୁ ମିଳିବ ‘ସୁଭଦ୍ରା’ ଟଙ୍କା ।
ବିଶେଷ କରି ଯେଉଁ ମହିଳାମାନେ ଅଗଷ୍ଟ ୨୮ ତାରିଖ ସୁଦ୍ଧା ଆବେଦନ କରିଥିବେ ସେମାନଙ୍କୁ ଏହି ଟଙ୍କା ମିଳିବ ।
ଏହି ଟଙ୍କା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଂଟରେ ଜମା ହେବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି ।
ଏଥିସହ ପୂର୍ବରୁ ବାଦ ପଡ଼ିଥିବାଯୋଗ୍ୟ ହିତାଧିକାରୀମାନଙ୍କୁ ମଧ୍ୟ ଏକସଙ୍ଗେ ୫ଟି କିସ୍ତି ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।








