ଟ୍ୱିନସିଟିରେ ଭେଜାଲ ପନିର ଧରପଗଡ଼
ଟ୍ୱିନ ସିଟି କଟକ ଓ ଭୁବନେଶ୍ୱରରେ ଏବେ ଭେଜାଲ ପନିର ବିକାଳିଙ୍କ ମନରେ ଛନକା ପଶିଛି ।
କାରଣ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କଟକ ଓ ଭୁବନେଶ୍ୱର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ବହୁ କ୍ୱିଂଟାଲ ନକଲି ପନିର ଜବତ ହୋଇଛି ।
ଗତ ୨ ଦିନ ତଳେ କଟକ ଲିଂକରୋଡ ଅଂଚଳରୁ ୭୦ କୁଇଂଟାଲ ଅପ୍ରମିଶ୍ରିତ ପନିରକୁ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଯାଂଚ କରିଥିଲେ ।
ଯାଂଚବେଳେ ଏହା ଅପମିଶ୍ରିତ ହୋଇଥିବା ଜଣାପଡ଼ିବାରୁ ତାକୁ ଜବତ କରିଥିଲେ । ଗତକାଲି ଖୋଦ ରାଜଧାନୀରେ ଚଢ଼ଉ କରାଯାଇ ୧ କୁଇଂଟାଲରୁ ଅଧିକ ଅପମିଶ୍ରି ପନିରକୁ ଜବତ କରାଯାଇଛି । ଜବତ ପନିରକୁ ଯାଂଚ ପାଇଁ ଏହାର ନମୂନାକୁ ଲାବୋରେଟୋରିକୁ ପଠାଯାଇଛି ।
ସୂଚନାଥାଉ କି, ସହରର କିଛି ଦୋକାନରେ ଅପମିଶ୍ରିତ ପନିର ବିକି୍ର କରାଯାଉଥିବା ନେଇ ଖବର ମିଳିବା ପରେ କଟକ ସିଡିଏ ଅଂଚଳରେ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିଲା ।
କଟକ ସିଡିଏ ଅଂଚଳରେ ଥିବା ବହୁ ପରିମାଣର ଅପମିଶ୍ରିତ ପନିର ଜବତ ହୋଇଛି ।
ଏହି ଜବତ ପନିରରେ ମଇଦା ଏବଂ ଅନ୍ୟାନ୍ୟ ବିଷାକ୍ତ ସାମଗ୍ରୀ ମିଶିଥିଲା ।
ଏହାର ନୂମନା ଲ୍ୟାବକୁ ପଠାଯିବା ସହ ଏହାକୁ ବିକ୍ରି କରୁଥିବା ଦୋକାନୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ୱାସ୍ଥ୍ୟବିଭାଗ କହିଛି ।








