୨୪ ଘଂଟାରେ ପୁଣି ଆଉ ଏକ ଲଘୁଚାପ
ବଙ୍ଗୋପସାଗରରେ ପୁଣି ଥରେ ଘୂର୍ଣ୍ଣିବଳୟର ସୃଷ୍ଟି ହୋଇଛି ।
ଏହାର ପ୍ରଭାବରେ ଆଗାମୀ ୨୪ ଘଂଟା ମଧ୍ୟରେ ପୁଣି ଥରେ ଲଘୁଚାପ ସୃଷ୍ଟି ହେବାର ଆଶଙ୍କା ଉପୁଜିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।
ଉତର ବଙ୍ଗୋପସାଗାରର ପାଶ୍ୱର୍ବର୍ତୀ ପଶ୍ଚିମବଙ୍ଗରେ ଘୂର୍ଣ୍ଣିବଳୟ ସକ୍ରିୟ ହେଉଛି । ତତ୍-ସଂଲଗ୍ନ ବାଂଲାଦେଶ ଉପକୂଳସ୍ଥ ସମୁଦ୍ର ଅଂଚଳ ମଧ୍ୟ ସକ୍ରି୍ରୟ ହୋଇଉଠିବ ।
ଏହି ଘୁର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୨୪ ଘଂଟା ମଧ୍ୟରେ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଦେଇଛି ।








