ଏନଟିପିସିରେ ବିସ୍ଫୋରଣ, ୫ ଗୁରୁତର
ଅନୁଗୋଳ ଜିଲାର ପାଲଲହଡ଼ାର କଣିହାଁସ୍ଥିତ ରାଷ୍ଟ୍ରୀୟ କମ୍ପାନୀ ନ୍ୟାସନାଲ ଥର୍ମାଲ ପାୱାର କର୍ପୋରେସନ (ଏନଟିପିସି)ାର ଭୟଙ୍କର ବିସ୍ଫୋରଣ ଘଟିଛି ।
ପ୍ଲାଂଟର ବଙ୍କର (ବି)ରେ ଏହି ଦୁର୍ଘଟଣା ଘଟିଛି ।
ଏଥିରେ ୫ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି ।
ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତି କରାଯାଇଛି ।
ଘଟଣାସ୍ଥଳରେ ଉଚ୍ଚ ପଦାଧିକାରୀମାନେ ରହି ବିସ୍ଫୋରଣର କାରଣ ଖୋଜୁଛନ୍ତି ।
ଏହି ଘଟଣାର ଯାଂଚ ଚାଲିଥିବା ଏନଟିପିସି କର୍ତୃପକ୍ଷଙ୍କ ସୂତ୍ରରୁ ପ୍ରକାଶ ।
ଏହି ଦୁର୍ଘଟଣାରେ ଗୁରୁତର ୫ ଜଣ ଶ୍ରମିକଙ୍କ ମଧ୍ୟରୁ ୩ ଜଣଙ୍କୁ ତାଳଚେର ଓ ଅନ୍ୟ ୨ ଜଣଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ।
ତେବେ ବିସ୍ଫୋରଣର କାରଣ ଜଣାପଡ଼ିନଥିବାବେଳେ ଏହାର ଯାଂଚ ଜାରି ରହିଥିବା ଏନ୍ଟିପିସି କର୍ତୃପକ୍ଷ କହିଛନ୍ତି ।








