ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆନିମେସନ ଫିଲ୍ମ ପ୍ରସଙ୍ଗ
ପ୍ରସାରଣ ରୋକିବାକୁ ମୁକ୍ତିମଣ୍ଡପର ଚିଠି
କୋଟି କୋଟି ଓଡ଼ିଆ ତଥା ଜଗନ୍ନାଥପ୍ରେମୀ ଆସ୍ଥା ଓ ବିଶ୍ୱାସର ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ନିକଟରେ କରାଯାଇଥିବା ଏକ ଆନିମେସନ ଫିଲ୍ମକୁ ସାରା ରାଜ୍ୟ ତଥା ଦେଶ ଓ ବିଶ୍ୱରୁ ଘୋର ବିରୋଧ କରାଯାଉଛି । କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଅଭିଯୋଗ ଯେ, ଏହି ଚଳଚ୍ଚିତ୍ରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ବିକୃତ ଭାବେ ପ୍ରଦର୍ଶନ କରାଯାଇଛି ଯାହାକି ଶାସ୍ତ୍ର ବିରୋଧୀ ।
ଏନେଇ ଜଗତଗୁରୁ ଶଙ୍କରାଚାର୍ଯ୍ୟ ମଧ୍ୟ ତାଙ୍କ ମତ ରଖିସାରିଛନ୍ତି । ଶଙ୍କରାଚାର୍ଯ୍ୟଙ୍କ ନିର୍ଣ୍ଣୟକୁ ନେଇ ଗଜପତିଙ୍କୁ ଚିଠି କରାଯାଇଛି ।
ଏ ସଂକ୍ରାନ୍ତେ ଗଜପତି ମହାରାଜଙ୍କୁ ମୁକ୍ତିମଣ୍ଡପ ସଭା ଅବଗତ ମଧ୍ୟ କରାସାରିଲାଣି ।
ଉକ୍ତ ଚିଠିରେ ଏହି ଚଳଚ୍ଚିତ୍ରର ମୁକ୍ତିଲାଭ ଆଇନସମ୍ମତ ନୁହେଁ ବୋଲି ଉଲ୍ଲେଖ କରାଯାଇଥିବା ଗଜପତିଙ୍କ ଶ୍ରୀନହର କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।
ଏହି ଆନିମେସନ ଫିଲ୍ମ ଯୋଗୁଁ ଶ୍ରୀଜଗନ୍ନାଥଙ୍କ ପରମ୍ପରା, ସଂସ୍କୃତି ଓ ତତ୍ୱ ନଷ୍ଟ ହେଉଛି ।
ଏଣୁ ସମସ୍ତ ମାଧ୍ୟମରେ ଏହାର ପ୍ରସାରଣ ଉପରେ ରୋକ୍ ଲଗାଇବାକୁ ଦାବି ହୋଇଛି ।








