ଭଦ୍ରକରେ ସ୍ତ୍ରୀକୁ ହାଣି ସ୍ୱାମୀ ଝୁଲିପଡ଼ିବା ଘଟଣା
ଦ୍ୱିତୀୟ ବିବାହ ପାଇଁ ପତ୍ନୀକୁ ହତ୍ୟା
ଥରେ ବାହ ହୋଇ ସଂସାର ଗଢ଼ିଥିଲେ । ମାତ୍ର ଏଥିରେ ମନ ଭରିଲା ନାହିଁ । ପୁଣି ଆଉ ଥରେ ବାହା ହେବାକୁ ମନ ବଳାଇଲେ ।
ହେଲେ ଏଥିରେ ବାଧକ ସାଜିଲେ ପ୍ରଥମ ପତ୍ନୀ । ଶେଷରେ ରାସ୍ତାର କଂଟା ସାଜିଥିବା ପ୍ରଥମ ପତ୍ନୀକୁ ହତ୍ୟା କରିଛନ୍ତି ସ୍ୱାମୀ । ଏଭଳି ଏକ ଅଭାବନୀୟ ଘଟଣା ଭଦ୍ରକରେ ଘଟିଛି ।
ଭଦ୍ରକ ଜିଲାର ପୁରୁଣା ବଜାର ଥାନା ଅନ୍ତର୍ଗତ ନଙ୍ଗା ମହଲା ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ।
ଲକ୍ଷ୍ନୌରେ ସିଭିଲ ଇଂଜିନିୟର ଭାବେ କାମ କରୁଥିବା ଶେଖ୍ ମୁସ୍ତଫା ରାଜା (୩୪) ଦ୍ୱିତୀୟ ବିବାହ ପାଇଁ ମନ ବଳାଇଥିଲେ । ହେଲେ ତାଙ୍କର ଗୋଟିଏ ୬ ବର୍ଷର ଓ ଗୋଟିଏ ବର୍ଷକର ଝିଅ ଥିବାରୁ ପତ୍ନୀ ସୋନୁ ବିବି (୩୩) ଏହାକୁ ଦୃଢ଼ ପ୍ରତିବାଦ କଲେ ।
ଏଥିରେ ଉଦ୍କ୍ଷିପ୍ତ ହୋଇ ଗୁରୁବାର ଅପରାହ୍ଣରେ ସୋନୁଙ୍କୁ ଏକ ମାରଣାସ୍ତ୍ରରେ ମୁସ୍ତଫା ଆକ୍ରମଣ କରିଥିଲେ ।
ଫଳରେ ଘଟଣାସ୍ଥଳରେ ସୋନୁଙ୍କ ମୃତୁ୍ୟ ଘଟିଥିଲା । ପରେ ମୁସ୍ତଫା ନିଜେ ସେହି ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ ।
ଖବରପାଇ ଲକ୍ଷ୍ନୌରୁ ଆସି ପହଂଚିଛନ୍ତି ମୃତ ସୋନୁଙ୍କ ଘର ଲୋକେ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉଦ୍ଧାର ହୋଇଛି ମୃତଦେହ ।
ତେଣେ ହତ୍ୟା ଅଭିଯୋଗ ଆଣିଛନ୍ତି ଝିଅର ଘର ଲୋକେ । ଦ୍ୱିତୀୟ ବିବାହ ପାଇଁ ଆମ ଝିଅକୁ ମାରି ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ।








