ସୁଟକେସ ମର୍ଡର ମାମଲା
ମଣିପୁରରୁ ହତ୍ୟାକାରୀ ଦମ୍ପତି ଗିରଫ
ଗତ କିଛି ଦିନ ତଳେ ଜଗତସିଂହପୁରରେ ବାହା ହୋଇ ଚେନ୍ନାଇରେ ରହୁଥିବା ଜଣେ ବିବାହିତା ମହିଳାଙ୍କୁ ଅତି ନୃଶଂସ ଭାବେ ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଦମ୍ପତିଙ୍କୁ ମଣିପୁରରୁ ଚେନ୍ନାଇର ଗୁଡ଼ୁଭାଂଚେରୀ ପୁଲିସ ଗିରଫ କରିଛି । ଗିରଫ ଦମ୍ପତି ହେଲେ ସ୍ୱାମୀ ମାଣିକ ଉଦ୍ଦିନ ଲସ୍କର ଓ ସ୍ତ୍ରୀ ଭାଗବତୀ ମାଝୀ ।
ସୂଚନାଥାଉ କି, ପ୍ରାୟ ୪ ସପ୍ତାହ ତଳେ ତାମିଲନାଡ଼ୁ ଏକ୍ସପ୍ରେସରୁ ଏକ ସୁଟକେସରୁ ଜଣେ ମହିଳାଙ୍କ ମୃତଦେହକୁ ରେଳବାଇ ପୁଲିସ ଜବତ କରିଥିଲା । ପରେ ତଦନ୍ତବେଳେ ମୃତ ମହିଳାଙ୍କ ନାମ ହୟାଥୁୁନ ନିଶା ବୋଲି ଜଣାପଡ଼ିଥିଲା ଏବଂ ତାଙ୍କ ଶାଶୂ ଜଗତସିଂହପୁରରେ ରହୁଥିବା ପୁଲିସ ଜାଣିପାରିଥିଲା ।
ଶାଶୂ ହୟାତୁନ ଦେଇଥିବା ବୟାନକୁ ଆଧାର କରି ପୁଲିସ ତଦନ୍ତ କରିଥିଲା ।
ତଦନ୍ତବେଳେ ଏହି ହତ୍ୟା ଟଙ୍କା ପାଇଁ କରାଯାଇଥିବା ଏବଂ ଏଥିରେ ମାଣିକ ଉଦ୍ଦିନ ଓ ତା’ ସ୍ତ୍ରୀ ଭାଗବତ ମାଝୀଙ୍କ ହାତ ଥିବା ପୁଲିସ ଜାଣିପାରିଥିଲା ।
ଆଜି ମଣିପୁରର ଜିରିବାମ ଜିଲା ଅଧୀନ କାଶିମପୁରରୁ ଅଭିଯୁକ୍ତ ମାଣିକ ଉଦ୍ଦିନ ଲସ୍କର ଓ ତା’ର ସ୍ତ୍ରୀ ଭଗବତୀକୁ ଚେନ୍ନାଇ ପୁଲିସ ଗିରଫ କରିଛି । ଟ୍ରାଞ୍ଜିଟ ୱାରେଂଟ ଜରିଆରେ ଚେନ୍ନାଇ ଆଣିବାକୁ ପୁଲିସ ପ୍ରକ୍ରିୟା ଆରମ୍ଭ କରିଛି ।
ତେବେ ତଦନ୍ତପରେ ହୟାଥୁନ ନିଶା ଏବଂ ହତ୍ୟାକାରୀ ମାଣିକ ଉଦ୍ଦିନ ମଧ୍ୟରେ ଥିବା ସମ୍ପର୍କ ମଧ୍ୟ ହତ୍ୟାକାଣ୍ଡର ଅନ୍ୟତମ କାରଣ ବୋଲି ପୁଲିସ ସନେ୍ଦହ କରୁଛି ।








