ମଧ୍ୟପ୍ରଦେଶରେ ବିଷାକ୍ତ ମଦ ପିଇ ୧୧ ମୃତ
ପୁଣି ଥରେ ମଦ ନେଇଛି ଜୀବନ, ଉଜାଡ଼ିଛି ସଂସାର । ବିଷାକ୍ତ ବା ଅପମିଶ୍ରିତମଦ୍ୟ ପାନ କରିବାରୁ ୧୧ ଜଣ ଆଖି ବୁଜି ଦେଇଛନ୍ତି ।
ଏଭଳି ଏକ ଅଭାବନୀୟ ଘଟଣା ମଧ୍ୟପ୍ରଦେଶର ସାଗରରେ ବିଷାକ୍ତ ମଦ ପିଇ ୧୧ ଜଣ ପ୍ରାଣ ହରାଇଛନ୍ତି ।
ଅନ୍ୟ ୩୦ ଜଣ ଗୁରୁତର ହୋଇ ହସ୍ପିଟାଲରେ ଭର୍ତି ହୋଇଥବାରୁ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି ।
ସୂଚନାନୁଯାୟୀ, ଗତ ଶନିବାର ରାତିରେ ମଦ ପିଇବା ପରେ ସେମାନେ ବାନ୍ତି କରିବା ସହ ଅସୁସ୍ଥ ହୋଇପଡ଼ିଥଲେ । ଘ
ଟଣାସ୍ଥଳକୁ ଯିବାକୁ ବରିଷ୍ଠ ଅଧିକାରୀ ଓ ମନ୍ତ୍ରୀଙ୍କୁ ହସ୍ପିଟାଲରେ ଯାଇ ଗୁରୁତରଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଜାରି କରିଛନ୍ତି ।





