୧୫ ଦିନରେ ଅସୁରକ୍ଷିତ କୋଠା ଚିହ୍ନ – ମନ୍ତ୍ରୀ
ଦିଲ୍ଲୀର ସତ୍ୟ ନଗରରେ କୋଠା ଭୁଶୁଡ଼ିବା ଘଟଣା ପରେ ରାଜ୍ୟ ସରକାରଙ୍କ ଛନକା ପଶିଛି ।
ଏଣୁ ଆସନ୍ତା ୧୫ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କେତେ ଅସୁରକ୍ଷିତ କୋଠା ଅଛି ସେଗୁଡ଼ିକୁ ଚିହ୍ନଟ କରିବାକୁ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ନିର୍ଦେଶ ଦେଇଛନ୍ତି ।
ତଦନୁଯାୟୀ ଏଥିପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି ।
ଏହି ଟିମ ଆସନ୍ତା ୧୫ ଦିନ ଭିତରେ ରାଜ୍ୟର ବିଭିନ୍ନ ଜିଲାରେ ଥିବା ଅସୁରକ୍ଷିତ କୋଠାଗୁଡ଼ିକୁ ଚିହ୍ନଟ କରିବ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ମହାପାତ୍ର ନିର୍ଦେଶ ଜାରି କରିଛନ୍ତି ।
ଏଥିସହ ବିଭିନ୍ନ ଜିଲାରେ ଥିବା ଅସୁରକ୍ଷିତ ଘରୋଇ କୋଠା ମଧ୍ୟ ଚିହ୍ନଟ ହେବ ବୋଲି ବିଭାଗ ସୂତ୍ରରୁ ପ୍ରକାଶ ।








