୫ ଦିନିଆ ୟୁଏଇ ଗସ୍ତରେ ମୁଖ୍ୟମନ୍ତ୍ରୀ
ଓଡ଼ିଶାକୁ ଆସିବ ବିଦେଶୀ ପୁଞ୍ଜି
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୫ ଦିନିଆ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ) ଗସ୍ତରେ ଯାଇଛନ୍ତି ।
ସେଠାରେ ଥିବା ଶିଳ୍ପପତି ଓ ଉଦ୍ୟୋଗପତିମାନଙ୍କୁ ଓଡ଼ିଶାରେ ପୁଞ୍ଜି ଖଟାଇବା ନିମନ୍ତେ ପ୍ରୋତ୍ସାହିତ କରିବା ତାଙ୍କର ଏହି ଗସ୍ତର ମୂଳ ଉଦେ୍ଦଶ୍ୟ ।
ସେଠାରେ ସେ ମେଟାଲର୍ଜି ଓ ମେଟାଲ ଡାଉନଷ୍ଟି୍ରମ ଶିଳ୍ପ, ଖାଦ୍ୟ ଓ ସିଫୁଡ୍ ରପ୍ତାନି, ପୋର୍ଟ ଭିତିକ ଇଣ୍ଡଷ୍ଟି୍ରଆଲ ପାର୍କ, ଲଜିଷ୍ଟିକ ପାର୍କ, ଶିପ୍ ବିଲ୍ଡିଂ ପାର୍କ, ରେୟାର ଆର୍ଥ କରିଡର, ସ୍ଲରି ପାଇପ ଲାଇନ, କେମିକାଲ ଓ ପେଟ୍ରୋକେମିକାଲ ପାର୍କ, ପୋର୍ଟ-ଲେଡ୍ ଇଣ୍ଡିଷ୍ଟ୍ରିଲାଇଜେସନ ଓ ରପ୍ତାନୀ ବୃଦ୍ଧି ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗୁରୁତ୍ୱାରୋପ କରିବେ ।
ଏଥିସହ ଟେକ୍ନୋଲୋଜି ଆଧାରିତ ଶିଳ୍ପ ଓ ଗ୍ଲୋବାଲ ସପ୍ଲାଏ ଚେନ ଯୋଡ଼ିବା ମଧ ଏହାର ଆଉ ଏକ ଲକ୍ଷ୍ୟ ।
ସେଠାରେ ସେ ଆସନ୍ତା ୧୧ ତାରିଖରେ ପ୍ରବାସୀ ଓଡ଼ିଆଙ୍କୁ ସମ୍ବୋଧିତ କରିବେ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଶିଳ୍ପ) ହେମନ୍ତ ଶର୍ମା ସୂଚନା ଦେଇଛନ୍ତି ।





