ରାୟଗଡ଼ା ଠାରୁ ୮୦ କି.ମି. ଦୂରରେ ଅବପାତ
୩ ଜିଲାକୁ ରେଡ ଆଲର୍ଟ, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା
ଦକ୍ଷିଣ ଓଡ଼ିଶାରେ ଅସ୍ତବ୍ୟସ୍ତ କରୁଛି ବର୍ଷର୍ା ।
ଏହି ଲଘୁଚାପଜନିତ ବର୍ଷା ଯୋଗୁଁ ଲୋକେ ତ୍ରାହି ତ୍ରାହି ଡାକୁଥିବାବେଳେ ରାୟଗଡ଼ାରୁ ୮୦ କି.ମି. ଦୂରରେ ସ୍ଥଳଭାଗକୁ ଛୁଇଁଛି ବାତ୍ୟା ‘ଅର୍ଣ୍ଣବ’ ।
ଏହାକୁ ଦୃଷ୍ଟିରେ ରଖି କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଆଦି ୩ ଜିଲା ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି ।
ଏଥିସହିତ ଆସନ୍ତା କାଲି ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।
ଅନ୍ୟପଟେ ନନ୍ଦପୁର ବ୍ଲକର ଚାଟୁଆ ପଂଚାୟତର ୯ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ।
ସେହିପରି ଖଲିକୋଟ ଘାଟିରେ ପଥର ଖସିବାରୁ ବ୍ରହ୍ମପୁର-ଭୁବନେଶ୍ୱର ଯାତାୟାତ ବାଧାପ୍ରାପ୍ତ ହୋଇଛି । ଫଳରେ ଏନଏଚ ୧୬ରେ ଶତାଧିକ ଯାନବାହାନ ଅଟକି ରହିଛି ।








