ପୀତବାସ ହତ୍ୟାକାଣ୍ଡ, ବିକ୍ରମ ହାଜର
ବହୁ ଚର୍ଚ୍ଚିତ ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡରେ ଗିରଫ ହୋଇ ଜାମିନରେ ମୁକୁଳିଥିବା ଆଇନଜୀବୀ ବିକ୍ରମ ପଣ୍ଡା ଆଜି ଥାନାରେ ହାଜର ହୋଇଛନ୍ତି ।
ଏହି ହତ୍ୟାକାଣ୍ଡରେ ଗିରଫ ହୋଇ ଜେଲ୍ରେ ଥିବାବେଳେ ସାକ୍ଷୀଙ୍କୁ ଫୋନରେ ଧମକ ଓ ପ୍ରଲୋଭିତ କରିବା ନେଇ ବିକ୍ରମଙ୍କ ବିରୋଧରେ ଅଭିଯୋଗ ହୋଇଥିଲା ।
ଅଦାଲତଙ୍କ ନିର୍ଦେଶକ୍ରମେ ୬ ତାରିଖରେ ଗୋଷାଣୀ ନୂଆଗାଁ ଥାନାରେ ବିକ୍ରମ ପଣ୍ଡା ହାଜର ହୋଇଛନ୍ତି ।
ସୂଚନାଥାଉ କି, ଗତ ୨୦୨୫ ଅକ୍ଟୋବର ୬ ତାରିଖରେ ବରିଷ୍ଠ ଆଇନଜୀବୀ ପୀତବାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା ।
ଏହି ହାଇ ପ୍ରୋଫାଇଲ ମର୍ଡର କେସର ତଦନ୍ତ ଏବେ ମଧ୍ୟ ଜାରି ରହିଛି ।








