ଭିଜିଲାନ୍ସ ପଞ୍ଝାରେ ନିର୍ବାହୀ ଯନ୍ତ୍ରୀ
ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ପୁଣି ଜଣେ ନିିର୍ବାହୀ ଯନ୍ତ୍ରୀ ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି ।
ସେ ହେଉଛନ୍ତି ମୟୂରଭଞ୍ଜ ପୂର୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ. ଅରବିନ୍ଦ ମହାନ୍ତି ।
ଆଜି ମଙ୍ଗଳବାର ପୂର୍ବ ଯୋଜନା ମୁତାବକ, ଭିଜିଲାନ୍ସର ଅଧିକାରୀମାନେ ସକାଳୁ ଅରବିନ୍ଦଙ୍କ ଘର ଉପରେ ଚଢ଼ଉ କରିଥିଲେ ।
ଏହି ଚଢ଼ଉବେଳେ ଶ୍ରୀ ମହାନ୍ତିଙ୍କ ୨ଟି କୋଠା, ୫ ଏକରର ଫାର୍ମ ହାଉସ, ୨୩ଟି ପ୍ଲଟ୍, ୧୦ ଲକ୍ଷରୁ ଅଧିକ ଟଙ୍କା, ପ୍ରାୟ ୭୦ ଲକ୍ଷର ଜମା ରାଶି ଓ ପ୍ରାୟ ୩ ଶହ ଗ୍ରାମର ସୁନାଅଳଙ୍କାରକୁ ଭିଜିଲାନ୍ସ ଠାବ କରିଛି ।








