ଯୁଦ୍ଧର ନବମ ଦିନ ଜଳୁଛି ଦୁବାଇର ମରିନା ଟାୱାର
ଏବଂ ଆମେରିକା-ଇସ୍ରାଏଲ୍ ମଧ୍ୟରେ ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ନବମ ଦିନରେ ଇରାନର କ୍ଷେପଣାସ୍ତ୍ର ମାଡ଼ରେ ଦୁବାଇର ବିଭିନ୍ନ ତୈଳ ଡିପୋ ଜଳୁଥିବାବେଳେ ଦୁବାଇର ସବୁଠାରୁ ଉଚ ଅଟ୍ଟାଳିକା ମରିନା ଟାୱାରକୁ ଇରାନ ଟାର୍ଗେଟ କରୁଛି । ଗତ ଶନିବାର ରାତିରେ ଇରାନର ଡ୍ରୋନ୍ ଓ କ୍ଷେପଣାସ୍ତ୍ର ଆକ୍ରମଣରେ ଦୁବାଇର ୯୦ ମହଲା ବିଶିଷ୍ଟ ଉଚ ମାରିନା ଟାୱାର ହୁତହୁତ ହୋଇ ଜଳିଉଠିଛି ।
ଏଠାରେ ବିଶ୍ୱର ବହୁ ପ୍ରଭାବଶାଳୀ ବ୍ୟକ୍ତି ଏବଂ ବହୁ ଖ୍ୟାତାନାମା କମ୍ପାନୀଗୁଡ଼ିକର କାର୍ଯ୍ୟାଳୟ ରହିଛି । ତେଣେ ଆମେରିକା-ଇସ୍ରାଏଲ ପକ୍ଷରୁ ଇରାନ ଉପରେ ଆକ୍ରମଣକୁ ଜୋର୍ଦାର କରିଛନ୍ତି । ବେରୁଟସ୍ଥିତ ଇରାନର ସୈନ୍ୟଘାଟି ଉପରେ ଇସ୍ରାଏଲ ବିମାନବାହିନୀ ବୋମାବାଡ଼ କରିଛନ୍ତି ।
ଅନ୍ୟପଟେ ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧରେ ସାମିଲ ହୋଇଛି ବ୍ରିଟେନ। ବ୍ରିଟେନ ପକ୍ଷରୁ ୨ଟି ଏୟାରକ୍ରାଫ୍ଟ କ୍ୟାରିୟର ମଧ୍ୟପ୍ରାଚ୍ୟକୁ ପଠାଯାଇଛି ।
ତେବେ ବିଳମ୍ବରେ ଯୁଦ୍ଧରେ ବ୍ରିଟେନର ଯୋଗଦାନକୁ ପସନ୍ଦ କରିନାହାନ୍ତି ଟ୍ରମ୍ପ । ଯୁଦ୍ଧ ଜିତିସାରିବା ପରେ ଆଉ କାହାର ଆବଶ୍ୟକତା ନଥାଏ ବୋଲି ଏକ କ୍ଷୋଭ ଓ ଅଭିମାନଭରା ଟ୍ୱିଟ୍ କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେହିପରି ଋଷ ଗୁପ୍ତରେ ଏବଂ ପରୋକ୍ଷରେ ଇରାନକୁ ସହାୟତା ଯୋଗାଉଛି ବୋଲି ଶୁଣିବାକୁ ମିଳୁଛି ।
ଯଦି ଏହା ସତ ହୁଏ, ତା’ହେଲେ ମଧ୍ୟପ୍ରାଚ୍ୟର ଏହି ଯୁଦ୍ଧ ଆସନ୍ତା ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଚାଲିବ ବୋଲି ଅନୁମାନ କରାଯାଉଛି । ତେଣେ ଏ ସଂକ୍ରାନ୍ତରେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ପଚାରିବାରୁ, ସେ ଏହା ବିଷୟରେ ଠିକ୍ ଭାବେ ଜାଣିନାହାନ୍ତି; କିନ୍ତୁ ଯଦି ଋଷ ଏଭଳି କରୁଥାଏ ତା’ହେଲେ ସେ ସାଂଘାତିକ ଭୁଲ୍ କରୁଛି ବୋଲି ଟ୍ରମ୍ପ କହିଛନ୍ତି ।