ବିଧାନସଭାରେ କୋକେଇ ଶୋଭାଯାତ୍ରା
ରାଜ୍ୟରେ ସ୍ୱାସ୍ଥ୍ୟବିଭାଗ ମୃତ
ବିଧାନସଭାରେ ଏବେ ତାତି ଉଠାଇଛି ଏସସିବିରେ ଅଗ୍ନିକାଣ୍ଡ ଘଟଣା ।
ଗତ ରବିବାର ସକାଳେ ଏସସିବିିର ଟ୍ରମା କେୟାରରେ ସଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟି ୧୩ ଜଣ ରୋଗୀଙ୍କ ମୃତ୍ୟୁ ଘଟିଥିଲା । ଏହାକୁ ନେଇ ଶାସକ ବିଜେପିକୁ ଘେରିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ ।
ଏପରିକି ଏହି ଦୁଃଖଦ ଘଟଣା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ତାଙ୍କ ପଦରୁ ଇସ୍ତଫା ଦିଅନ୍ତୁ ଏବଂ ରାଜ୍ୟର ବିଜେପି ସରକାର ତୁରନ୍ତ ଗାଦି ଛାଡ଼ନ୍ତୁ ବୋଲି ବିଜେଡି ସୁପ୍ରିମୋ ତଥା ପୂୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିଥିଲେ ।
ସେହିପରି ମୃତକଙ୍କ ପରିବାରକୁ କୋଟିଏ ଟଂକାର ଆଥିକ କ୍ଷତିପୂରଣ ଦିଆଯାଉ ବୋଲି ରାଜ୍ୟ ପିସିସି ସଭାପତି ଭକ୍ତ ଚରଣ ଦାସ ଦାବି କରିଥିଲେ ।
ଆଜି ବୁଧବାର ବିଧାନସଭାରେ ବିରୋଧୀ ଏହି ପ୍ରସଙ୍ଗରେ ତୁମୁଳ ପାଟିତୁଣ୍ଡ କରିବା ସହ ହାତରେ ପ୍ଲାକାର୍ଡ ଧରି ବିଜେପିକୁ ଭର୍ତ୍ସନା କରିଥିଲେ ।
ବିରୋଧୀ ବିଜେଡି ପକ୍ଷରୁ ବିଧାନସଭା ବାହାରେ ପ୍ରତୀକାତ୍ମକ ଭାବେ କୋକେଇ ବାନ୍ଧି ଏହି ଘଟଣାର ପ୍ରତିବାଦ କରିବା ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ ।
ରାଜ୍ୟରେ ସ୍ୱାସ୍ଥ୍ୟବିଭାଗ ମୃତ, ରାଜ୍ୟରେ ଚାଲିଛି ନିଅାଁ ଲଗା ସରକାର ବୋଲି ବିରୋଧୀ କଟାକ୍ଷ କରିଥିଲେ ।