ଆସାମ କଂଗ୍ରେସକୁ ଝଟକା
ପଦ୍ମ ଧରିଲେ ସାଂସଦ ପ୍ରଦ୍ୟୁତ
ଆସନ୍ତା ଏପ୍ରିଲ ମାସରେ ଆସାମରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବ; କିନ୍ତୁ ଏଥିପୂର୍ବରୁ ଆସାମ କଂଗ୍ରେସକୁ ବଡ଼ ଝଟକା ଲାଗିଇି । ଏହାର ଟାଣୁଆ ନେତା ତଥା ସାଂସଦ ପ୍ରଦ୍ୟୁତ ବୋର୍ଦଲଇ କଂଗ୍ରେସ ଛାଡ଼ି ବଜେପିରେ ସାମିଲ ହୋଇଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦର୍ଶ ଓ ନୀତିରେ ଅନୁପ୍ରାଣୀତ ହୋଇ ସେ ଦଳ ଛାଡ଼ି ପଦ୍ମ ଧରିଛନ୍ତି ବୋଲି ପ୍ରଦ୍ୟୁତ କହିଛନ୍ତି ।
ତେଣେ ପ୍ରଦ୍ୟୁତଙ୍କ ସ୍ୱାଗତ କରାଯିବା ସହ ତାଙ୍କର ଯାାଗଦାନ ଫଳରେ ଆସାମରେ ବିଜେପିର ସ୍ଥିତି ପୂର୍ବାପେକ୍ଷା ଆହୁରି ଶକ୍ତିଶାଳୀ ହୋଇଛି ବୋଲି ବିଜେପି କହିଛି ।
ଅନ୍ୟପଟେ ବିଜେପିରେ ପ୍ରଦ୍ୟୁତଙ୍କ ଯୋଗଦାନ ଯୋଗୁଁ ଆସାମରେ କଂଗ୍ରେସକୁ ଶକ୍ତ ଝଟକା ଲାଗିଛି ।
ଏହାର ପ୍ରଭାବ ନିଶ୍ଚୟ ଆଗାମୀ ବିଧାନସଭା ନିର୍ବାଚନରେ ପଡ଼ିବ ବୋଲି ରାଜନୈତିକ ସମୀକ୍ଷକମାନେ ଆକଳନ କରିବା ଆରମ୍ଭ କରିଦେଇଛନ୍ତି ।