ଇସ୍ରାଏଲର ଆକ୍ରମଣରେ ଦୋହଲିଲା ବେରୁଟ
ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧରେ ଗତ ମଙ୍ଗଳବାର ରାତିରେ ଇସ୍ରାଏଲର ବାୟୁସେନା ଲେବାନନର ବେରୁଟ ଏକ ଜନବସତି ଉପରେ ପ୍ରଚଣ୍ଡ ବୋମାମାଡ଼ କରାଯାଇଛି ।
ଏହି ଆକ୍ରମଣରେ ଏକ ୨୦ ମହଲା ବିଶିଷ୍ଟ ବିଲ୍ଡିଂ ଧରାସାୟୀ ହୋଇଛି । ଏଥିସହ ଇରାନକୁ ଯୁଦ୍ଧରେ ସହାୟତା କରିଆସୁଥିବା ଆତଙ୍କୀ ସଂଗଠନ ହିଜବୁଲ୍ଲାର ଏରିଆ କମାଣ୍ଡର ନିହତ ହୋଇଥିବା ଇସ୍ରାଏଲ ଦାବି କରିଛି । ଖାଲି ସେତିକି ନୁହେଁ ଏହି ଆକ୍ରମଣରେ ଆହୁରି ୬ ଜଣ ମଧ୍ୟ ପ୍ରାଣ ହରାଇଛନ୍ତି ।
ସୂଚନାଥାଉ କି, ଲେବାନନରେ ସକ୍ରିୟ ଥିବା ଆତଙ୍କୀ ସଂଗଠନ ହିଜବୁଲ୍ଲା ପକ୍ଷରୁ ଉତର ପଟୁ ଇସ୍ରାଏଲର ସୈନ୍ୟ ଠିକଣା ଉପରେ ଆକ୍ରମଣ ଜାରି ରହିଥିଲା ।
ଏଣୁ ଏହାର ଜବାବରେ ଇସ୍ରାଏଲର ବାୟୁସେନା ପକ୍ଷରୁ ଆକ୍ରମଣ କରଯାଇଛି ।