ଏସସିବି ଅଗ୍ନିକାଣ୍ଡ : ୪ ଅଧିକାରୀ ନିଲମ୍ବିତ
କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲରେ ଗତ ୧୬ ତାରିଖରେ ଘଟିଥିବା ଅଗିକାଣ୍ଡ ବିରୋଧରେ ରାଜ୍ୟ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦେଶରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି ।
୧୬ତାରିଖରେ ଏସ୍ସିବି ମେଡ଼ିକାଲରେ ଯେଉଁ ଅଗ୍ନିକାଣ୍ଡ ଘଟିଥିଲା, ସେଥିରେ ୧୨ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକେ ଆହତ ହୋଇଥିଲେ ।
ବୁଧବାର ପୁଣି ଅଗ୍ନିକାଣ୍ଡ ଘଟିବାଦ୍ୱାରା ସାଧାରଣ ରୋଗୀ ଓ ଅଭିଭାବକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଥିଲା । ତେଣୁ ଏଥିରୁ ଶିକ୍ଷା ନେଇ ରାଜ୍ୟ ସରକାର ଘଟଣା ଅଭିଯୋଗରେ ୪ଜଣଙ୍କୁ ନିଲମ୍ବନ କରିଥିବା ଜଣାପଡ଼ିଛି ।
ଯେଉଁ ଚାରିଜଣଙ୍କୁ ନିଲମ୍ବନ କରାଯାଇଛି, ସେମାନେ କଟକ ସର୍କଲର ଡେପୁଟି ଫାୟାର ଅଫିସର ପ୍ରକାଶ କୁମାର ଜେନା, କଟକ ସର୍କଲ ଆସିଷ୍ଟା ଫାୟାର ଅଫିସର ସଞ୍ଜିବ କୁମାର ବେହେରା, ଏସ୍ସିବି ମେଡ଼ିକାଲ ଷ୍ଟେସନ ଅଫିସର ଅଭିନବ ପୃଷ୍ଟି, କଟକ ଜିଇି ସବ-ଡିଭିଜନର ଆସିଷ୍ଟାଂଟ ଏକ୍ଜିକ୍ୟୁଟିଭ ଇଞ୍ଜିନିୟର ରଞ୍ଜନ କୁମାର ବିଶ୍ୱାଳ ।
ବୁଧବାର ସୁଦ୍ଧା ଏହି ଅଗ୍ନିକାଣ୍ଡରେ ୧୨ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୫ଜଣ ଏବେବି ଚିକିତ୍ସାଧୀନ ଥିବା ଜଣାପଡ଼ିଛି ।