ଇରାନର ସର୍ବୋଚ୍ଚ ସୁରକ୍ଷା ମୁଖ୍ୟ ଲାରିଜାନି ନିହତ
ଇସ୍ରାଏଲ୍-ଇରାନ ଯୁଦ୍ଧ ୧୫ଦିନରେ ପହଂଚିଛି ।
ଏହାର ମଧ୍ୟରେ ଇରାନର ସୁରକ୍ଷା ମୁଖ୍ୟ ଅଲି ଲାରିଜାନିଙ୍କ ମୃତ୍ୟୁ ହୋଇଛି ।
ଖାମେନେଇଙ୍କ ପରେ ଇରାନର ଜଣେ ପ୍ରଭାବଶାଳୀ ନେତା ଅଲି ଲାରିଜାନିଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି ।
ତେହେରାନରେ ହୋଇଥିବା ଏୟାରଷ୍ଟ୍ରାଇକରେ ଅଲି ଲାରିଜାନିଙ୍କର ମୃତ୍ୟୁ ହୋଇଥିବା ପୂର୍ବରୁ ଇସ୍ରାଏଲ ଦାବି କରିଥିଲା ।
ଖାମେନେଇଙ୍କ ପରେ ଲାରିଜାନିଙ୍କ ମୃତ୍ୟୁ ହୋଇଥିବା ତେହରାନ ସ୍ୱିକାର କରିଛି ।
ଲାରିଜାନିଙ୍କୁ ଇରାନର ପୂର୍ବତନ ସୁପ୍ରିମ ଲିଡର ଆୟୋତୋଲ୍ଲା ଅଲୀ ଖାମେନେଇଙ୍କ ଅତି ଘନିଷ୍ଠ ଥିଲେ ।