ଇନେ୍ଦାରରେ ଅଗ୍ନିକାଣ୍ଡ, ୬ ମୃତ
ମଧ୍ୟପ୍ରଦେଶ ଇନେ୍ଦାରରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି, ଯାହାକି ସମଗ୍ର ଅଂଚଳକୁ ଥରାଇ ଦେଇଛି ।
ବ୍ରଜେଶ୍ୱରୀ ଆନେକ୍ସ ଆବାସିକ ଅଂଚଳରେ ଥିବା ଗୋଟିଏ ଘରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ୬ଜଣଙ୍କ ମୃତ୍ୟୁ ଘଟିଛି ।
ମିଳିଥିବା ସୂଚନା ଅନୁସାରେ ବୁଧବାର ଭୋରରେ ବ୍ରଜେଶ୍ୱର ଆନେକ୍ସ କଲୋନୀର ଏକ ଘରେ ଅଗ୍ନ୍ିକାଣ୍ଡ ଘଟିଥିଲା ।
ଏଥିରେ ୬ଜଣଙ୍କ ମୃତ୍ୟୁ ଘଟିଛି । ନିଆଁକୁ ନିୟନ୍ତ୍ରଣ କରାଯିବା ସହିତ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏବେ ଘରର ଦୁଇଟି ମହଲାକୁ ଖାଲି କରାଯାଇଥିବାବେଳେ ଅନ୍ୟ ଏକ ମହଲାରେ ଆଉ କେହି ଫସି ରହିଛନ୍ତି କି ନାହିଁ ତାହା ପୁଲିସ ଓ ଉଦ୍ଧାର କାର୍ଯ୍ୟ କରୁଥିବା ଦଳ ଯାଂଚ କରୁଛି ।
ଇଲୋକ୍ଟ୍ରୋନିକ୍ସ ଗାଡ଼ି ଚାର୍ଜ ହେଉଥିବା ସମୟରେ ଚାର୍ଜିଂ ପଏଣ୍ଗଟରେ ବିସ୍ଫୋରଣ ଘଟିଥିଲା ଏବଂ ଯାହାଦ୍ୱାରା ସମଗ୍ର ଘରେ ନିଆଁ ବ୍ୟାପିଯାଇଥିଲା ବୋଲି ଇନେ୍ଦାର ପୁଲିସ ପକ୍ଷରୁ କୁହାଯାଇଛି ।
ବର୍ତମାନ ସ୍ଥାନୀୟ ପ୍ରଶାସନ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସହ ଅଗ୍ନିକାଣ୍ଡର ସଠିକ୍ କାରଣ ଜାଣିବାକୁ ଚେଷ୍ଟା ଚଳାଇଛି ।