ଆଇଏଏସ୍ ରବି ମିତଲ ପ୍ରଧାନମନ୍ତ୍ରୀଙ୍କ ଉପସଚିବ
ଛତିଶଗଡ଼ କ୍ୟାଡରର ୨୦୧୬ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ଡ. ରବି ମିତଲଙ୍କୁ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିଛନ୍ତି ।
ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍ଓ)ରେ ଉପସଚିବ ଭାବେ ନିଯୁକ୍ତି ଦିଆଯାଇଛି । ଡ. ମିତଲ ଜଣେ ତୃଣମୂଳସ୍ତରୀୟ ଅଧିକାରୀ ଭାବେ ପରିଚିତ ।
ସେ ଦିଲ୍ଲୀର ପ୍ରତିଷ୍ଠିତ ମୌଲାନା ଆଜାଦ ମେଡ଼ିକାଲ କଲେଜ (ଏମ୍ଏଏମ୍ସି)ରେ ତାଙ୍କର ପାଠ୍ୟକ୍ରମ ସମାପ୍ତ କରିଥିଲେ । ଡାକ୍ତରୀ ବୃତିକୁ ପଛରେ ପକାଇ ସେ ସିଭିଲ ସେବାର ପଥ ବାଛି ନେଇଥିଲେ । ସେ ପୂର୍ବରୁ ଯଶପୁରର କଲେକ୍ଟର ଭାବେ ନିଯୁକ୍ତି ପାଇଥିଲେ ।
ଡ. ମିତଲ ମହାସମୁନ୍ଦ, ରାଇଗଡ଼ ଏବଂ ରାଇପୁର ଜିଲାରେ ପଂଚାୟତର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ (ସିଇଓ) ଭାବେ କାର୍ଯ୍ୟ କରିଛନ୍ତି ।
ଏହା ସହିତ ସେ ୨୦୧୮ ମସିହାରେ ବାଗଚାର ସବ-ଡିଭିଜନାଲ ମାଜିଷ୍ଟ୍ରେଟ (ଏସ୍ଡିଏମ୍) ଭାବେ କାର୍ଯ୍ୟ କରିଥିବା ଜଣାଯାଇଛି ।