ନୂଆପଡ଼ାରେ ହୀରା ଖଣି ସନ୍ଧାନ!
ନୂଆପଡ଼ାରେ ହୀରା ଖଣି ସନ୍ଧାନ ମିଳିଛି! ଜିଲାର ନୂଆପଡ଼ା ବ୍ଲକ ଅନ୍ତର୍ଗତ କାଲମିଦାଦରଠାରେ ହୀରାପଥର ଥିବା ଚିହ୍ନଟ ହୋଇଛି ।
ଏହାର ବୈଷୟିକ, ଅର୍ଥନୈତିକ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ମୂଲ୍ୟାୟନ କାର୍ଯ୍ୟ ଆରମ୍ଭ ହୋଇଛି । ସେହିପରି କଳାହାଣ୍ଡି ଜିଲାର ଜୁନାଗଡ଼ ବ୍ଲକ୍ ହିଞ୍ଜିଳିବାହାଲ-ଜିଲିଙ୍ଗବାରଠାରେ ମାଣିକ ଥିବା ଚିହ୍ନଟ ହୋଇଛି । ଏହାକୁ ନେଇ ବିଧାନସଭାରେ ଲିଖିତ ଉତର ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ରଖିଛନ୍ତି ।
ରାଜ୍ୟରେ ଦେବଗଡ଼ ଜିଲାର ରିଆମାଳ ବ୍ଲକ ଅନ୍ତର୍ଗତ ଆଦାସ-ରାମପାଲ୍ଲୀ ଅଂଚଳରେ ତମ୍ବାବାହୀ ପଥର, ଗ୍ରାଫାଇଟ୍, ନିକେଲ ସହିତ ସୁନା ଥିବା ଜଣାପଡ଼ିଛି ।
ମୟୁରଭଞ୍ଜ ଜିଲାର କୁଳିଅଣା ବ୍ଲକ ଅନ୍ତର୍ଗତ ମଦନାସାହି-କାଞ୍ଜିଆ ଅଂଚଳରେ ତମ୍ବାବାହୀ ପଥର ସହିତ ସୁନା ଥିବାର ଆକଳନ ହୋଇଛି ଓ କେନ୍ଦୁଝର ଜିଲାର ବଂଶପାଳ ବ୍ଲକ ଅନ୍ତର୍ଗତ ଗୋପୁର-ଜଳଡ଼ିହି ଅଂଚଳରେ ସୁନାପଥର ଥିବାର ସନ୍ଧାନ ମିଳିଛି ବୋଲି ବିଭାଗୀୟ ମନ୍ତ୍ରୀ ଉତର ରଖିଛନ୍ତି ।