ନିଶାମୁକ୍ତ ହେବ ଓଡ଼ିଶା
ଓଡ଼ିଶା ନିଶାମୁକ୍ତ ହେବ ବୋଲି ବିଧାନସଭାରେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ମନ୍ତ୍ରୀ । ଆସନ୍ତା ୩ ମାସ ମଧ୍ୟରେ ନିଶାମୁକ୍ତ ଅଭିଯାନକୁ ଜୋରଦାର କରାଯାଇ ଓଡ଼ିଶାକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରାଯିବ ବୋଲି ସେ କହିଛିେ । ବିଶେଷ କରି ପଡ଼ୋଶୀ ରାଜ୍ୟରୁ ଆସୁଥିବା ସିନ୍ଥେଟିକ୍ସ ଡ୍ରଗ୍ସ ଓ ଭୟଙ୍କର ନିଶାଦ୍ରବ୍ୟ ରାଜ୍ୟକୁ ଚାଲାଣ ହେଉଛି । ଏହାକୁ ଦୃଢ଼ ଭାବେ ରୋକାଯିବ । ସେହିଭଳି କୌଣସି ଶିକ୍ଷାନୁଷ୍ଠାନର ୫୦୦ ମିଟର ଦୂରତା ମଧ୍ୟରେ କୌଣସି ମାଦକ ଦ୍ରବ୍ୟ ବିକି୍ର ହୋଇପାରିବ ନାହିଁ । ଏଥିପାଇଁ ଆସନ୍ତା ଏପ୍ରିଲ ୧ ତାରିଖରୁ ସ୍ୱତନ୍ତ୍ର ଅଭିଯାନ କରାଯିବ ବୋଲି ପୁଲିସ ଡିଜି ୱାଇ.ବି.ଖୁରାନିଆ କହିଛନ୍ତି । ଆସନ୍ତା ୩ ବର୍ଷ ମଧ୍ୟରେ ରାଜ୍ୟରେ ହେଉଥିବା ଗଂଜେଇ ଚାଷକୁ ସମୂଳେ ନିପାତ କରାଯିବ ବୋଲି ଡିଜି ଖୁରାନିଆ କହିଛନ୍ତି ।