ଅନିଲ ଅମ୍ବାନୀଙ୍କୁ ସିବିଆଇ ଜେରା
ବ୍ୟାଙ୍କ ଜାଲିଆତି ମାମଲାରେ ସିବିଆଇ ପକ୍ଷରୁ ରିଲାଏନ୍ସ ଗ୍ରୁପ୍ ଅଧ୍ୟକ୍ଷ ଅନିଲ ଅମ୍ବାନୀଙ୍କୁ ଦୀର୍ଘ ୮ଘଂଟା ଜେରା କରାଯାଇଛି ।
ଏହି ଅବସରରେ ସିବିଆଇ ଅଧିକାରୀମାନେ ଅନିଲଙ୍କ ବୟାନ ରେକର୍ଡ କରିଛନ୍ତି । ଆସନ୍ତାକାଲି ସିବିଆଇ କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦେଶ ହୋଇଛି ।
ରିଲାଏନ୍ସ ଗ୍ରୁପର ବିଭିନ୍ନ ସହଯୋଗୀ କମ୍ପାନୀ ଏକାଧିକ ଜାତୀୟକରଣ ବ୍ୟାଙ୍କରୁ ମୋଟ ୧୯,୬୯୪କୋଟି ଟଙ୍କା ଋଣ ନେଇଥିବାବେଳେ ଏହାକୁ ଅନ୍ୟତ୍ର ବିିନିଯୋଗ କରିଥିବା ଅଭିଯୋଗ ହୋଇଛି । ଏଥି ମଧ୍ୟରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ୨୯୨୯କୋଟି ଟଙ୍କାର ଋଣ ସାମିଲ ଅଛି ।
ଇତି ମଧ୍ୟରେ ସିବିଆଇ ଓ ପ୍ରବର୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ଅନିଲଙ୍କ ନାମରେ ମାମଲା ରୁଜୁ କରାଯାଇଥିବାବେଳେ ତାଙ୍କର ମୁମ୍ବାଇସ୍ଥିତ ବାସଭବନ ଓ ଅନ୍ୟ ସହରରେ ଥିବା କାର୍ଯ୍ୟାଳୟ ଉପରେ ଚଢ଼ଉ କରାଯାଇଛି ।
ଇଡି ପକ୍ଷରୁ ଅନିଲଙ୍କ ୧୧୦୦ କୋଟି ଟଙ୍କାର ସମ୍ପତି ଜବତ କରାଯାଇଛି ।