ମାଡ଼ିଗଲା ଟ୍ୟାଙ୍କର, ବର୍ତିଲା ପରିବାର
ରାୟଗଡ଼ା ମୁନିଗୁଡ଼ା ଥାନା ଅନ୍ତର୍ଗତ କନକ ପରମେଶ୍ୱରୀ ମନ୍ଦିର ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି । ଦେଖାଯାଇଛି ଯେ ଘର ଭିତରକୁ ଏକ ଟ୍ୟାଙ୍କର ଧକ୍କା ମାରି ପଶିଯାଇଛି ।
ମୂଳତଃ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ୩ଟି ଘର ଉପରକୁ ଟ୍ୟାଙ୍କରଟି ମାଡ଼ିଯିବାଦ୍ୱାରା ଘରଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି, ତେବେ କୌଣସି ମୃତାହତ ଘଟଣା ଘଟିନାହିଁ ।
ଟ୍ୟାଙ୍କରଟି ଆଲୁମିନିୟମ ବୋଝେଇ ଥିଲା ଓ ତାହା ବିଶାଖାପାଟଣାରୁ ଝାରସୁଗୁଡ଼ା ଯାଉଥିଲା । ଯିବା ପଥରେ ଦୁର୍ଘଟଣା ଘଟିଛି ।
ଖବର ପାଇ ମୁନିଗୁଡ଼ା ପୁଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।