ପ୍ରାର୍ଥୀ ତାଲିକା ଘୋଷଣା କଲେ ହୁମାୟୁନ କବୀର
ରବିବାର ହୁମାୟୁନ କବୀରଙ୍କ ଦଳ ଆମ ଜନତା ଉନ୍ନୟନ ପାର୍ଟିର ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି ।
ବିଧାନସଭା ନିର୍ବାଚନରେ ମୋଟ ୧୮୨ଟି ଆସନରେ ଏହି ଆମ ଜନତା ଉନ୍ନୟନ ପାର୍ଟି ପ୍ରତିଦ୍ୱନ୍ଦ୍ୱିତା କରିବ । ରବିବାର ମୋଟ ୧୫୩ଜଣଙ୍କ ନାମ ଘୋଷଣା କରାଯାଇଛିି ।
ଏପରିକି ରାଜ୍ୟର ଦୁଇ ହାଇ ଭୋଲଟେଜ୍ କେନ୍ଦ୍ର ଯଥା ନନ୍ଦିଗ୍ରାମ ଓ ଭବାନୀପୁରରେ ମଧ୍ୟ ଦଳ ପକ୍ଷରୁ ପ୍ରାର୍ଥୀ ଦିଆଯାଇଛି । ନନ୍ଦିଗ୍ରାମ କେନ୍ଦ୍ରରେ ଆମ ଜନତା ଉନ୍ନୟନ ପାର୍ଟି ପ୍ରାର୍ଥୀ ଶହିଦୁଲ ହକଙ୍କୁ କରାଯାଇଥିବାବେଳେ ଭବାନୀପୁର ପ୍ରାର୍ଥୀ ଭାବେ ପୁନମ ବେଗମଙ୍କ ନାମ ରଖାଯାଇଛି ।
ସେହିପରି ମୁର୍ଶିଦାବାଦ ଜିଲାର ଦୁଇ କେନ୍ଦ୍ର ରୋଜିନଗର ଓ ନଓଦାରେ ହୁମାୟୁନ୍ କବିର ନିଜେ ପ୍ରାର୍ଥୀ ହୋଇଥିବା ଜଣାପଡ଼ିଛି । ମୁର୍ଶିଦାବାଦର ୨ଟି କେନ୍ଦ୍ର ମଧ୍ୟରୁ ୧୦ଟି ଆସନରେ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି ।
ଅପରପକ୍ଷରେ ମୁର୍ଶିଦାବାଦର ବେଲଡ଼ାଙ୍ଗା କେନ୍ଦ୍ରରେ ସୈୟଦ ଅହମ୍ମଦ କବୀର, ଭରତପୁର କେନ୍ଦ୍ରରୁ ପୀରଜାଦା ଖୋବୟାବ ଆମିନ, ମୁର୍ଶିଦାବାଦ ବିଧାନସଭା ନେ୍ଦ୍ରରୁ ହୁମାୟୁନ ଦଳର ପ୍ରାର୍ଥୀ ମନିଷା ପାଠକ ପାଣ୍ଡେ, ହରିହରପଡ଼ାରୁ ମହମ୍ମଦ ବିଜୟ ଶେଖ, ଭଗବାନଗୋଳାରୁ ଅନ୍ୟଜଣେ ହୁମାୟୁନ କବିର, ରାଣିନଗରରୁ ଇୟାସେର ହାଇଦରଙ୍କ ନାମ ପ୍ରାର୍ଥୀ ଭାବେ ରହିଥିବା ଜଣାପଡ଼ିଛି ।
ସାମ୍ବାଦିକମାନଙ୍କୁ ହୁମାୟୁନ କବୀର କହିଛନ୍ତି ଯେ ଆମ୍ଭର ଏହି ଦଳ ରାଜ୍ୟର ୧୮୨ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ । ତେବେ ଏହି ପ୍ରାର୍ଥୀ ସଂଖ୍ୟା ଆଗକୁ କିଛିଟା ବୃଦ୍ଧି ପାଇପାରେ । ଆଗାମୀ ୨୮ତାରିଖରେ ଦଳର ନିର୍ବାଚନୀ ଇସ୍ତାହାର ଘୋଷଣା କରାଯିବ ।