ମାଓବାଦୀ ଶୁକ୍ରୁର ଆତ୍ମ ସମର୍ପଣ
କନ୍ଧମାଳ ପୁଲିସ ନିକଟରେ ମାଓବାଦୀ ଶୁକ୍ରୁ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି । ଏହି କୁଖ୍ୟାତ ମାଓବାଦୀ ଶୁକ୍ରୁକୁ ଓଡ଼ିଶା ପୁଲିସ ନିଜ ଅକ୍ତିଆରରେ ରଖିଛି ।
ଶୁକ୍ରୁର ଆତ୍ମସମର୍ପଣ ବେଳେ ଏକେ-୪୭ ସହ ଅନ୍ୟ ୪ଜଣ ସହଯୋଗୀ ମଧ୍ୟ ଆତ୍ମସମର୍ପଣ କରିଛନ୍ତି । ପ୍ରତ୍ୟେକ ଆଜିଠୁ ଅସ୍ତ୍ର ଛାଡ଼ିଛନ୍ତି ବୋଲି କହିଛନ୍ତି ।
ଏଡିଜି ଆଂଟି ନକ୍ସଲ ଅପରେସନ ସଂଜୀବ ପଣ୍ଡା ଗଣମାଧ୍ୟମକୁ ସୂଚାଇଛନ୍ତି ଯେ ମାଓବାଦୀ ଶୁକ୍ରୁ କନ୍ଧମାଳ ପୁଲିସ ନିକଟରେ ପହଂଚି ଆତ୍ମସମର୍ପଣ କରିଛି, ତା ସହ ଅନ୍ୟ ଚାରିଜଣ ମଧ୍ୟ ରହିଛନ୍ତି । ଯେଉଁଥିରେ ତିନିଜଣ ମହିଳା କ୍ୟାଡର ସାମିଲ ଅଛନ୍ତି ।
ସେ କନ୍ଧମାଳ-ଗଜପତି-ଗଞ୍ଜାମ ସୀମାନ୍ତ ଜଙ୍ଗଲରେ ନିଜର ଆଧିପତ୍ୟ ବିସ୍ତାର କରିଥିଲେ । ଓଡ଼ିଶା ପୁଲିସ ପକ୍ଷରୁ ସେମାନଙ୍କୁ ଆତ୍ମସମର୍ପଣ ପାଇଁ ଆହ୍ୱାନ ଦିଆଯାଇଥିଲା । ଏପରିକି ସେମାନଙ୍କୁ ଧରାଇ ଦେବା ପାଇଁ ୫୫ଲକ୍ଷ ଟଙ୍କା ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଥିଲା ।
ସେ ଏଇଟ୍ଥ ନାମରେ ଏକ କମ୍ପାନୀ ପରିଚାଳନା କରୁଥିଲା । ଶୁକ୍ରୁର ମୂଳ ନାମ କୋସା ସୋଢ଼ି ଓରଫ କ୍ରିଷ୍ଣା । କିନ୍ତୁ ସେ ଶୁକ୍ରୁ ଭାବେ ପରିଚିତ ଥିଲା ।
ମାଲକାନଗିରି କୁରୁବ ଗାଁରେ ଶୁକ୍ରୁର ଘର । ୧୯୯୫ ମସିହାରେ ମାଓ ସଂଗଠନରେ ସେ ଯୋଗ ଦେଇଥିଲା । ପାର୍ଟି ସଦସ୍ୟ ଭାବେ କାଲିମେଳା ଦଳରେ ଯୋଗ ଦେଇଥିଲା ।
ପରେ ଛତିଶଗଡ଼କୁ କୋସାର ବଦଳି ହୋଇଥିଲା । ଗତ କିଛିଦିନ ଧରି ଓଡ଼ିଶାର କନ୍ଧମାଳ-ଗଞ୍ଜାମର ସଦସ୍ୟ ଭାବେ ଥିଲା ।