ଦୁର୍ଘଟଣାରେ ମଡ଼େଲ ହର୍ଷିଲ କାଳିଆଙ୍କ ମୃତ୍ୟୁ
ରାଜସ୍ଥାନ ଜୟପୁରର ଶିପ୍ରାଠାରେ ଏକ ସଡ଼କ ଦୁର୍ଘଟଣାରେ ମଡେଲ ହର୍ଷିଲା କାଳିଆ (୩୦)ଙ୍କ ମୃତୁ୍ୟ ହୋଇଛି ।
ସେ ସୋମବାର ବିଳମ୍ବିତ ରାତ୍ରି ପ୍ରାୟ ସାଢ଼େ ୧୧ଟାରେ କାର୍ଯ୍ୟ ସାରି ଘରକୁ ଫେରୁଥିବାବେଳେ କାରଟି ନିୟନ୍ତ୍ରଣ ହରାଇ ରାସ୍ତା ଡିଭାଇଡରକୁ ଧକ୍କା ମାରିଥିଲା । ଯାହାଦ୍ୱାରା ଗାଡ଼ିଟି ଓଲଟି ପଡ଼ିଥିଲା ।
ସେ ଗୁରୁତର ଭାବେ ଆହତ ହୋଇପଡ଼ିବାରୁ ତାଙ୍କୁ ସ୍ଥାନୀୟ ଲୋକମାନେ ଏକ ଘରୋଇ ହାସପାତାଳରେ ଭର୍ତି କରିଥିଲେ । ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା ।
କିନ୍ତୁ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ହର୍ଷିଲ ୱେବ୍ ସିରିଜ କ୍ରାଇମ ନେକ୍ସଟ ଡୋରରେ ଅଭିନୟ କରୁଥିଲେ ।
ସେ ଏକ ନ୍ୟୁଜ ଚ୍ୟାନେଲରେ ମଧ୍ୟ ଆଙ୍କରିଂ କରୁଥିଲେ । ସେ ରାଜସ୍ଥାନୀ ଗୀତରେ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଶିପ୍ରା ପଥ ପୁଲିସ ଷ୍ଟେସନ ମାମଲର ତଦନ୍ତ କରୁଛି । ଗାଡ଼ିଟି କେଉଁ କାରଣର ଦୁର୍ଘଟଣାର ସମ୍ମୁଖୀନ ହେଲା ତାହା ନେଇ ପୁଲିସ ଅନୁସନ୍ଧାନ ଜାରି ରଖିଛି ।
ମୃତଦେହକୁ ଶବବ୍ୟବଚ୍ଛେଦ କରି ପୁଲିସ ପରିବାରକୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି ।