କ୍ଷତି କମ୍, ତେଣୁ ପ୍ରୟାସ ଚାଲିଛି : ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ରାଜ୍ୟସଭାରେ ପଶ୍ଚିମ ଏସିଆ ସଂକଟ ସମ୍ପର୍କରେ ଏକ ବିବୃତି ଦେଇଛନ୍ତି । ସେ କହିଛନ୍ତି ଯେ ଏହି ସଂକଟ ଭାରତକୁ ଅଭୂତପୂର୍ବ ଚ୍ୟାଲେଞ୍ଜ ପ୍ରଦାନ କରିଛି ।
ଭାରତ ସରକାର ଦେଶକୁ ତେଲ ଏବଂ ଗ୍ୟାସର ସୁଗମ ଯୋଗାଣ ସୁନିଶ୍ଚିତ କରିବା ପାଇଁ କାର୍ଯ୍ୟ କରୁଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ଭାରତ ସରକାର ଏହି ଚ୍ୟାଲେଞ୍ଜଗୁଡ଼ିକର ମୁକାବିଲା ପାଇଁ ମନ୍ତ୍ରୀମାନଙ୍କର ଏକ ଗୋଷ୍ଠୀ ଗଠନ କରିଛନ୍ତି ।
ଏହି ଗୋଷ୍ଠୀ ପରିସ୍ଥିତି ଉପରେ ନଜର ରଖିବ । ସେ ଆହୁରି କହିଛନ୍ତି ଯେ ଯୁଦ୍ଧ ପ୍ରଭାବକୁ ହ୍ରାସ କରିବା ପାଇଁ ପ୍ରୟାସ ଚାଲିଛି । ଏହି ସଂକଟଦ୍ୱାରା ଯେପରି ଚାଷୀମାନେ ପ୍ରଭାବିତ ନ ହୁଅନ୍ତି, ସେଥିପାଇଁ ପ୍ରୟାସ କରାଯାଉଛି । ସରକାର ଚାଷୀଙ୍କ ସମସ୍ତ ଚ୍ୟାଲେଞ୍ଜର ମୁକାବିଲା ପାଇଁ ସେମାନଙ୍କ ସହିତ ରହିଛି ।
ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ଯେ ଆମ୍ଭେ ଆମେରିକା ସହିତ ମଧ୍ୟ ଯୋଗାଯୋଗରେ ରହିଛୁ । ଆମ୍ଭେ ପଶ୍ଚିମ ଏସିଆର ରାଷ୍ଟ୍ରମୁଖ୍ୟମାନଙ୍କ ସହିତ ଦୁଇ ପର୍ଯ୍ୟାୟରେ ଆଲୋଚନା କରିଛୁ ।
ଜାହାଜଗୁଡ଼ିକ ପାଇଁ ହର୍ମୁଜ ପ୍ରଣାଳୀ ଦେଇ ଯିବା କଷ୍ଟକର ହୋଇପଡ଼ିଛି । ହର୍ମୁଜ ପ୍ରଣାଳୀ ବିଶ୍ୱର ସବୁଠାରୁ ବଡ଼ ପଥ ମଧ୍ୟରୁ ଅନ୍ୟତମ ।
ଆମ୍ଭେ ଭାରତକୁ ତେଲ, ଗ୍ୟାସ ଏବଂ ସାର ଯୋଗାଣ ନିରନ୍ତର କରିବା ପାଇଁ କାର୍ଯ୍ୟ କରୁଛୁ । ବିଶ୍ୱର ଅନେକ ଜାହାଜ ହର୍ମୁଜ ପ୍ରଣାଳୀରେ ଫସି ରହିଛନ୍ତି ।
ଯେଉଁଥିରେ ବହୁ ସଂଖ୍ୟକ ଭାରତୀୟ କ୍ରୁର ସଦସ୍ୟ ରହିଛନ୍ତି । ଯାହାକି ଭାରତ ପାଇଁ ବଡ଼ ଚିନ୍ତାର ବିଷୟ ହୋଇ ଉଭା ହୋଇଛି ।