ଭୁଲ୍ ଇଞ୍ଜେକ୍ସନ ନେଲା ଶିଶୁର ଜୀବନ
ଭୁଲ ଇଞ୍ଜେକ୍ସନ ଦେବା କାରଣରୁ ଭୁବନେଶ୍ୱର କ୍ୟାପିଟାଲ ହାସପାତାଳରେ ଜଣେ ଶିଶୁର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି ।
ଶିଶୁ ମୃତ୍ୟୁକୁ ନେଇ ହାସପାତାଳ ପରିସରରେ ଉତେଜନା ଖେଳିଯାଇଛି । ମିଳିଥିବା ସୂଚନା ଅନୁସାରେ ଖୋର୍ଦ୍ଦା ଚାନ୍ଦପୁର ଏକ ଶିଶୁ ସାଇକଲ ଧକ୍କାରେ ଆହତ ହୋଇ କ୍ୟାପିଟାଲ ହାସପାତାଳରେ ଭର୍ତି ହୋଇଥିଲା । କିନ୍ତୁ ଭୁଲ୍ ଇଞ୍ଜେକ୍ସନ ଯୋଗୁଁ ଶିଶୁର ମୃତୁ୍ୟ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ଯାହାକୁ ନେଇ ଆଜି ଶବ ବ୍ୟବଚ୍ଛେଦ ୱାର୍ଡରେ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ମୃତକଙ୍କ ପରିବାର ଡାକ୍ଟର ଓ ନର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି ।
ଘଟଣାସ୍ଥଳରେ ପୁଲିସ ପହଂଚି ଉତେଜନା ସୃଷ୍ଟି କରୁଥିବା ପରିବାରର ଲୋକଙ୍କୁ ବୁଝାସୁଝା କରିବା ପରିସ୍ଥିତି ଯେପରି ତୁରନ୍ତ ଶାନ୍ତ ହୁଏ ସେଥିପ୍ରତି ଗୁରୁତ୍ୱ ଦେଇଥିଲା ।
ଉତ୍ୟକ୍ତ ଲୋକଙ୍କୁ ପୁଲିସ ପକ୍ଷରୁ ବୁଝାସୁଝା ଜାରି ରହିଛି । ଅନ୍ୟପକ୍ଷରେ ଘଟଣା ସମ୍ପର୍କରେ ଜାଣି କିଛି କଂଗ୍ରେସ ନେତା ଅଂଚଳରେ ପହଂଚି ମୃତ ଶିଶୁର ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଥିବା ଦେଖାଯାଇଥିଲା ।
ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ଏଭଳି ଭୁଲ୍ ଇଞ୍ଜେକ୍ସନ ଯୋଗୁଁ ଜଣେ ଶିଶୁ ମୃତ୍ୟୁ ଏହି ଭୁବନେଶ୍ୱର କ୍ୟାପିଟାଲ ହାସପାତାଳରେ ହୋଇଥିଲା ।
ପରିବାର ପକ୍ଷରୁ ଡାକ୍ତରଙ୍କ ଅବହେଳା ବୋଲି ଅଭିଯୋଗ ହୋଇଥିଲା ।
ପରେ ଘଟଣା ସମ୍ପର୍କରେ ଜାଣିପାରି ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିବା ସହ କ୍ଷତିପୂରଣ ବାବଦରେ ୪ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଥଲେ ବୋଲି ଜଣାପଡ଼ିଛି ।