୧,୦୩ ଲକ୍ଷ କୋଟିର ବଜେଟ ଉପସ୍ଥାପନ
ଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବହନରେ ଅଧିକ ଖର୍ଚ
୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଦିଲ୍ଲୀ ସରକାର ୧,୦୩,୭୦୦ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି । ଏହା ଗତବର୍ଷର ବଜେଟ ତୁଳନାରେ ପ୍ରାୟ ୩୭୦୦କୋଟି ଟଙ୍କା ଅଧିକ ।
ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଦ୍ୱାରା ଉପସ୍ଥାପିତ ଏହି ବଜେଟର ବିଷୟବସ୍ତୁ ହେଉଛି ଯେ ବିକଶିତ ଦିଲ୍ଲୀ ଓ ସବୁଜ ଦିଲ୍ଲୀ ।
ଯାହା ଶିକ୍ଷା, ସ୍ୱାସ୍ଥ୍ୟ, ପରିବହନ, ପରିବେଶ ଏବଂ ସହରାଂଚଳ ବିକାଶକୁ ପ୍ରାଥମିକତା ଦେବ । ବିଭିନ୍ନ ଯୋଜନା ଏବଂ ପ୍ରକଳ୍ପରେ ୬୨,୫୫୦ କୋଟି ଟଙ୍କା ବ୍ୟୟ କରାଯିବାକୁ ଥିବାବେଳେ ରାଜସ୍ୱ ଏବଂ ପୁଞ୍ଜି ଖର୍ଚ ପାଇଁ ୪୧,୧୫୦ କୋଟି ଟଙ୍କା ବ୍ୟୟ କରାଯିବ ଜଣାପଡ଼ିଛି ।
ସେହିପରି ଲକ୍ଷପତି ବେଟି ଏବଂ ମହିଳାଙ୍କ ପାଇଁ ମାଗଣା ବସ୍ ଯାତ୍ରା ଭଳି ସୁବିଧା ଜାରି ରହିବ । ଦିଲ୍ଲୀ ସରକାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୧,୦୩,୭୦୦ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି ।
ସରକାରଙ୍କ ରାଜସ୍ୱର ସବୁଠାରୁ ବଡ଼ ଉତ୍ସବ ହେବ ଜିଏସଟି, ଯାହାକି ୪୩,୫୦୦ କୋଟି ଟଙ୍କା ଆୟ କରିବ ବୋଲି ଆକଳନ କରାଯାଇଛି ।
ମୋଟ ଟିକସ ରାଜସ୍ୱ ପ୍ରାୟ ୭୪,୦୦୦ କୋଟି ହେବ ବୋଲି ମନେ କରାଯାଉଛି । ଏହା ସହିତ ଅଣକର ରାଜସ୍ୱ ୯୦୦ କୋଟି, କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ୩,୯୩୧ କୋଟି ଏବଂ କେନ୍ଦ୍ରୀୟ ସହାୟତା ୯୬୮ କୋଟି ଯୋଗାଇବ ।
ସରକାର କେନଦ୍ରୀୟ ସଡ଼କ ପାଣ୍ଠିରୁ ୫୯୧ କୋଟି, ସ୍ୱଚ୍ଛ ଗଙ୍ଗା ମିଶନରୁ ୧୫୦୦କୋଟି ଏବଂ ବିପର୍ଯ୍ୟୟ ପରିଚାଳନା ପାଇଁ ୧୦୦କୋଟି ପାଇବେ ।
ବଜେଟକୁ ସନ୍ତୁଳିତ କରିବା ପାଇଁ ବଜାରରୁ ୧୬,୭୦୦ କୋଟି ଟଙ୍କା ଋଣ ନେବାର ଯୋଜନା ଅଛି ।