ବିଦ୍ୟୁତ୍ ଗ୍ରାହକଙ୍କ ପାଇଁ ଖୁସି ଖବର
ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ୨୦୨୬-୨୭ବର୍ଷରେ ବିଦ୍ୟୁତ୍ ଗ୍ରାହକଙ୍କ ପାଇଁ ଖୁସି ଖବର ଆଣିଥିବା ଦେଖାଯାଇଛି ।
ଚଳିତ ଆର୍ଥିକ ବର୍ଷରେ ସଂସ୍ଥା ପକ୍ଷରୁ ନୂଆ ବିଦ୍ୟୁତ୍ ଦର ଘୋଷଣା କରିଥିବା ଦେଖାଯାଇଛି । ଲଗାତର ପଂଚମ ବର୍ଷ ପାଇଁ ବିଦ୍ୟୁତ୍ ଦର ଅପରିବର୍ତିତ ରହିଥିବାବେଳେ ନୂଆ ନିୟମରେ ୧୫ଟି ମୁଖ୍ୟ ବିଷୟ ଉଲ୍ଲେଖ କରାଯାଇଛି ।
ଜଣାପଡ଼ିଛି ଯେ ଦର ବଢ଼ିବ ନାହିଁ, ସାଧାରଣ ଗ୍ରାହକଙ୍କ ପାଇଁ ବିଦ୍ୟୁତ୍ ବିଲ୍ରେ କୌଣସି ବୃଦ୍ଧି କରାଯାଇ ନାହିଁ । ଟ୍ରାନ୍ସମିସନ ଚାର୍ଜ ହ୍ରାସ ପାଇଛି ।
ଓପିଟିସିଏଲର ଚାର୍ଜ ୟୁନିଟ୍ ପ୍ରତି ୨୫.୫ ପଇସାରୁ ୨୪ ପଇସା ହ୍ରାସ ପାଇଛି । ଚତୁର୍ଥରେ ଶିଳ୍ପ ସଂସ୍ଥାକୁ ରିଆତି ଦିଆଯାଇଛି । ଅଧିକ ବିଦ୍ୟୁତ୍ ବ୍ୟବହାର କରୁଥିବା ଇଏଚଟି ଶିଳ୍ପଗୁଡ଼ିକ ପାଇଁ ରିଆତି ୨୦ ପଇସାରୁ ୩୦ ପଇସାକୁ ବୃଦ୍ଧି ପାଇଛି ।
ମେଗା ଲିଫ୍ଟ ଜଳସେଚନ ଗ୍ରାହକଙ୍କ ପାଇଁ କୌଣସି ଡିମାଣ୍ଡ ଚାର୍ଜ ଲାଗିବ ନାହିଁ । ସୌରଶକ୍ତି ସମୟରେ ୟୁନିଟ୍ ପିଛା ୨ଟଙ୍କା ଓ ଅନ୍ୟ ସମୟରେ ୧ଟଙ୍କା ରିଆତି ମିଳିବ । ଘରୋଇ ଗ୍ରାହକଙ୍କୁ ୪% ରିଆତି ମିଳିବ ବୋଲି ଉଲ୍ଲେଖ କରାଯାଇଛି ।
ଯଦି ଆପଣ ସମୟ ପୂର୍ବରୁ ଅନ୍ଲାଇନ୍ରେ ସମ୍ପୂର୍ଣ୍ଣ ବିଲ୍ ପୈଠ କରନ୍ତି, ତେବେ ୪% ରିଆତି ମିଳିବ । ପ୍ରି-ପେଡ୍ ମିଟର ବ୍ୟବହା କରୁଥିବା ଗ୍ରାହକଙ୍କୁ ମଧ୍ୟ ୪% ରିଆତି ମିଳିବ ।
ଇ-ବିଲ୍ ପାଇଁ ମଧ୍ୟ ରିଆତି ରହିଥିବା ପରିଲକ୍ଷିତ ହୋଇଛି ।