ପାଣି ଟାଙ୍କିରେ ମୃତଦେହ
ବଲାଙ୍ଗିର ଜିଲା ତୁଷୁରା ଥାନା ଡୁଙ୍ଗିବାହାଲ ଅଂଚଳରେ ଏକ ଘଟଣାକୁ ନେଇ ସାଧାରଣରେ ଚର୍ଚା ହେଉଛି ।
ଜଣାପଡ଼ିଛି ଯେ ନିକଟସ୍ଥ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପାଣି ଟାଙ୍କି ଭିତରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି ।
ସୂଚନା ଅନୁସାରେ ତୁଷୁରା-ଗୁଡ଼ଭେଲା ମୁଖ୍ୟ ରାସ୍ତା ପାର୍ଶ୍ବରେ ଥିବା ତେନ୍ତୁଳିଖୁଟି କଲେଜ ନିକଟରେ ଏହି ପାଣି ଟାଙ୍କିଟି ରହିଛି ।
ସ୍ଥାନୀୟ କିଛି ଲୋକେ ସେହି ରାସ୍ତା ଦେଇ ଯାଉଥିବାବେଳେ ଦୁର୍ଗନ୍ଧ ପାଇଥିଲେ । ପରେ ବିଭିନ୍ନ ସ୍ଥାନ ଖୋଜାଖୋଜି ପରେ ସେହି ଟାଙ୍କି ନିକଟକୁ ଯିବାରୁ ଦୁର୍ଗନ୍ଧ ତୀବ୍ର ହୋଇଥିଲା । ପରେ ଦେଖିଥିଲେ ଯେ ଟାଙ୍କ ି ମଧ୍ୟରେ ଜଣେ ଅଜଣା ଯୁବକଙ୍କ ମୃତଦେହ ପଡ଼ି ରହିଛି, ଯାହାକି ସଢ଼ି ଯାଇଛି ।
ପରେ ପୁଲିସକୁ ଖବର ଦେବାରୁ ପୁଲିସ ଘଟଣାସ୍ଥଳରେ ପହଂଚି ଅନୁସନ୍ଧାନ ଜାରି ରଖିଛି ।
ଏହା ପୂର୍ବ ପରିକଳ୍ପିତ ହତ୍ୟା ଘଟଣା ବୋଲି ପୁଲିସ ଓ ସ୍ଥାନୀୟ ଲୋକମାନେ ମନେ କରୁଛନ୍ତି ।