ପାକିସ୍ତାନୀ ଜାହାଜକୁ ଫେରାଇ ଦେଲା ଇରାନ
ମଧ୍ୟପ୍ରାଚ୍ୟ ଚୁକ୍ତିନାମା ପ୍ରସ୍ତୁତ କରୁଥିବା ପାକିସ୍ତାନକୁ ଇରାନ ପକ୍ଷରୁ ଏକ ଶକ୍ତ ଧକ୍କା ଲାଗିଥିବା ଜଣାଯାଇଛି । କାରଣ ଇରାନ ଉପସାଗରରୁ କରାଚୀ ଯାଉଥିବା ସେଲାନ ନାମକ ଏକ ଜାହାଜକୁ ହର୍ମୁଜ ପ୍ରଣାଳୀରେ ଅବରୋଧ କରିଛି, ଯାହା ଫଳରେ ଏହାକୁ ହର୍ମୁଜ ପ୍ରଣାଳୀକୁ ଫେରିବାକୁ ବାଧ୍ୟ କରିଛି ।
ଇରାନୀ ଅଧିକାରୀମାନେ କହିଛନ୍ତି ଯେ ଜାହାଜକୁ ହର୍ମୁଜ ପ୍ରଣାଳୀ ଦେଇ ଯିବା ପାଇଁ ଅନୁମତି ଦିଆଯାଇ ନଥିଲା, ତେଣୁ ଏହାକୁ ଫେରାଇ ଦିଆଯାଇଥିଲା ।
ଅନୁମତି ନ ଥିବା କହି ଫେରାଇଦେଲା ଆଇଆରସି ନ୍ୟାଭି । ହର୍ମୁଜକୁ ପ୍ରବେଶ ପୂର୍ବରୁ ଅନୁମତି ଦରକାର ବୋଲି ଆଇଆର୍ଜିସି କହିଛି ।
ସୂଚନାଯୋଗ୍ୟ ଯେ ଜାହାଜଟି ସଂଯୁକ୍ତ ଆରବ ଏମିରେଟ୍ସରୁ ପାକିସ୍ତାନର କରାଚୀ ଅଭିମୁଖେ ଯାତ୍ରା କରୁଥିଲା । ପାକିସ୍ତାନ ସରକାର ଏହି ବିଷୟ ନୀରବ ରହିଥିବାବେଳେ ୟୁଏଇ ମଧ୍ୟ କୌଣସି ପ୍ରତିକ୍ରିୟା ଦେଇ ନଥିବା ଜଣାପଡ଼ିଛି ।
କାବୁଲସ୍ଥିତ ଇରାନୀ ଦୂତାବାସର ଏକ ବିବୃତି ଅନୁଯାୟୀ, ଇରାନ ସରକାର ହର୍ମୁଜ ପ୍ରଣାଳୀ ଦେଇ ଯିବା ପାଇଁ ଅନୁମତି ଦେଇ ନଥିବାରୁ ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ ନୌସେନା ପାକିସ୍ତାନ ଯାଉଥିବା ଜାହାଜକୁ ୟୁଏଇ ଫେରାଇ ଦେଇଥିଲା ବୋଲି ଜଣାପଡ଼ିଛି ।