ଟ୍ରାନ୍ସଜେଣ୍ଡର ବିଲ ଗୃହୀତ
ଲୋକସଭାରେ ଟ୍ରାନ୍ସଜେଣ୍ଡର ବିଲ୍ ୨୦୨୬ ବାଚନିକ ଭୋଟରେ ଗୃହୀତ ହୋଇଛି ।
ଏହି ବିଲ୍ ଅନୁସାରେ ଟ୍ରାନ୍ସଜେଣ୍ଡର ଚିହ୍ନଟ ପାଇଁ ମେଡ଼ିକାଲ ବୋର୍ଡର ଯାଂଚକୁ ଗୁରୁତ୍ୱ ଦିଆଯାଇଛି ।
ବିରୋଧୀ ଦଳଗୁଡ଼ିକ ଏହାକୁ ମୌଳିକ ଅଧିକାରର ଉଲ୍ଲଘଂନ କହି ବିରୋଧ କରିଥିଲେ, କିନ୍ତୁ ଶେଷରେ ଏହା ବାଚନିକ ଭୋଟରେ ଗୃହୀତ ହୋଇଛି ।
ଏହି ବିଲ ୨୦୧୯ ମସିହାର ପୁରୁଣା ଆଇନରେ କେତେକ ଗୁରୁତ୍ୱପୂର୍ଣ୍ଣ ଏବଂ ବିବାଦୀୟ ପରିବର୍ତନ ଆଣିବ ବୋଲି ମନେ କରାଯାଉଛି ।
ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କର୍ପୋରେଟ ଆଇନ (ସଂଶୋଧନ) ବିଲ ୨୦୨୬କୁ ଆଗତ କରିଥିଲେ । ବିଲ ଆଗତ ପରେ ଏହାକୁ ବିସ୍ତୃତ ତର୍ଜମା ନିମନ୍ତେ ଯୁଗ୍ମ ସଂସଦୀୟ କମିଟି (ଜେପିସି)କୁ ପଠାଇ ଦିଆଯାଇଛି ।
ଲିମିଟେଡ ଲାଏବିଲିଟି ପାର୍ଟନରସିପ ଆଇନ ୨୦୦୮ ଓ କମ୍ପାନୀ ଆଇନ ୨୦୧୩ ସଂଶୋଧନ କରିବା ପାଇଁ ଏହି ନୂଆ ବିଲ ଆଗତ କରାଯାଇଛି ।
ଏହି ବିଲର ଉଦେ୍ଦଶ୍ୟ ହେଉଛି ବ୍ୟବସାୟିକ ନିୟମକୁ ସହଜ କରିବା ଏବଂ କମ୍ପାନୀ ଆଇନର କିଛି ଛୋଟା ଅପରାଧକୁ ଅପରାଧ ଶ୍ରେଣୀରୁ ବାଦ ଦେବା ।
ଯାହାଦ୍ୱାରା ଅନେକେ ଉପକୃତ ହେବା ସମ୍ଭବ ।