ବାଣିଜି୍ୟକ ଏଲପିଜି ବଂଟନ ୭୦%କୁ ବୃଦ୍ଧି
ଦେଶରେ ରନ୍ଧନ ପାଇଁ ଏଲପିଜି ସିଲିଣ୍ଡରର ଆବଶ୍ୟକତାକୁ ଦୃଷ୍ଟିରେ ରଖି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ ବାଣିଜି୍ୟକ ଏଲପିଜି ବଂଟନକୁ ୭୦%କୁ ବୃଦ୍ଧି କରିଛନ୍ତି । ପୂର୍ବରୁ ୪୦% ପ୍ରି-କ୍ରାଇସସି କୋଟା ଓ ଅତିରିକ୍ତ ୧୦% ଥିଲା । ଏନେଇ ସବୁ ରାଜ୍ୟକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ ଯୁଗ୍ମ ସଚିବ ସୁଜାତା ଶର୍ମାଙ୍କ ପକ୍ଷରୁ ଚିଠି କରାଯାଇଛି । ଏହି କ୍ରମରେ ବାଣିଜି୍ୟକ ଏଲପିଜି ଆବଂଟନ ବୃଦ୍ଧି ପାଇଁ ସବୁ ରାଜ୍ୟକୁ କେନ୍ଦ୍ର ସରକାର ନିର୍ଦେଶ ଦେଇଛନ୍ତି । ପୂର୍ବରୁ ଆବଂଟନ କରାଯାଉଥିବା ବାଣିଜି୍ୟକ ଏଲପିଜିରେ ୨୦ ପ୍ରତିଶତ ବୃଦ୍ଧି କରାଯାଇଛି । ଏଥିସହ ଇସ୍ପାତ, ଅଟୋମୋବାଇଲ, ବୟନ, ରସାୟନିକ ପ୍ଲାଷ୍ଟିକ କ୍ଷେତ୍ରକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।