ତେଲରେ କମିଲା ଉତ୍ପାଦ ଶୁଳ୍କ
ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ଉତ୍ପନ୍ନ ତୈଳ ସଂକଟକୁ ଦୃଷ୍ଟିରେ ରଖି ସରକାର ତେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରିଛନ୍ତି । ପେଟ୍ରୋଲ ଉପରୁ ଏକ୍ସାଇଜ ଡ୍ୟୁଟି ୧୦ ଟଙ୍କା କମାଇଛନ୍ତି ସରକାର । ଏବେ ପେଟ୍ରୋଲ ଉପରେ ୩ ଟଂକାର ଏକ୍ସାଇଜ ଡ୍ୟୁଟି ରହିଛି । ସେହିପରି ଡିଜେଲ ଉପରୁ ମଧ୍ୟ ୧୦ ଟଙ୍କା ଏକ୍ସାଇଜ ଡ୍ୟୁଟି କମାଯାଇଛି । ଫଳରେ ଡିଜେଲରେ ଏବେ ଏକ୍ସାଇଜ ଡୁ୍ୟଟି ଶୂନ ହୋଇଛି ।