ମଦ ଶୁଳ୍କରେ ମଦ ଛଡ଼ାଇବେ ସରକାର
ରାଜ୍ୟରେ ଆଉ ଖୋଲିବନି ନୂଆ ମଦ ଦୋକାନ । ମଦ ବ୍ୟବସାୟୀଙ୍କ ଉପରେ ହେବ ସେସ ଛାଟ । ୨୦୨୬ରୁ ୨୦୨୯ ନୂଆ ଅବକାରୀ ନୀତି ଆଣିଛନ୍ତି ରାଜ୍ୟ ସରକାର । ଅବକାରୀ ଶୁଳ୍କ ଉପରେ ୦,୫% ଡି-ଆଡିକସନ ସେସ୍ ଲାଗୁ କରାଯାଇଛି ।
ସେସ ରୁ ଆସୁଥିବା ଆୟକ ମଡେଲ ନିଶା ନିବାରଣ କେନ୍ଦ୍ର ସ୍ଥାପନ ଓ ସୁଦୃଢ଼ୀକରଣ ପାଇଁ ବ୍ୟୟ କରାଯିବ । ବିଭିନ୍ନ ଅବକାରୀ ଲାଇସେନ୍ସ ପାଇଁ ଆବେଦନ ଶୁଳ୍କ ୧୦% ବଢ଼ାଯିବ ।
ଲାଇସେନ୍ସ ଶୁଳ୍କ ପ୍ରତିବର୍ଷ ୧୦ରୁ ୨୦% ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଆଇଏମଏଫଏଲ ଓ ଦେଶୀ ମଦ ଉପରେ ମଧ୍ୟ ଅବକାରୀ ଶୁଳ୍କ ବଢ଼ାଯାଇଛି ।
ମଦ ବ୍ୟବସାୟୀଙ୍କ ଉପରୁ ଚାପ କମାଇବା ପାଇଁ ମିନିମମ ଗ୍ୟାରେଂଟିଡ୍ କ୍ୱାଂଟିଟି (ଏମ୍ଜିକ୍ୟୁ) ପ୍ରଣାଳୀକୁ ସଂଶୋଧନ କରି ମିନିମମ ଗ୍ୟାରେଂଟିଡ୍ ଏକ୍ସାଇଜ ରେଭିନ୍ୟୁ (ଏମ୍ଜିଇଆର) ପ୍ରଣାଳୀ ପ୍ରଣୟନ କରାଯିବ ।
ଏହା କୁଚିଆ ବିକ୍ରୟ ପ୍ରଥାକୁ ରୋକିବାରେ ସହାୟକ ହେବ ବୋଲି ବିଧାନସଭାରେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ଏହି ନୂତନ ଅବକାରୀ ନୀତି ଅନୁଯାୟୀ ରାଜ୍ୟରେ ନୂତନ ଠିପି ବନ୍ଦ, କଂଟ୍ରି ଲିକର ଓ ଆଉଟ-ଷ୍ଟିଲ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ ନାହିଁ । ସେହିପରି ଗ୍ରାମାଂଚଳରେ ନୂଆ ଠିପି ଖୋଲା ମଦ ଦୋକାନ ଖୋଲିବନି । କେବଳ ଶିଳ୍ପାଂଚଳର ୩-ତାରକା ଓ ତଦୁଦ୍ଧ୍ୱର୍ ହୋଟେଲ ଓ କ୍ଲବରେ ମଦ ବିକି୍ରକୁ ସରକାର ଅନୁମତି ପ୍ରଦାନ କରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ।