ଶ୍ରୀରାମଲାଲାଙ୍କ ସୂର୍ଯ୍ୟାଭିଷେକ
ପବିତ୍ର ରାମନବମୀ ଉପଲକ୍ଷେ ଅଯୋଧ୍ୟାରେ ମର୍ଯ୍ୟାଦା ପୁରୋଷାତମ ପ୍ରଭୁ ଶ୍ରୀରାମଙ୍କ ସୂର୍ଯ୍ୟାଭିଷେକ କରାଯାଇଛି । ଶୁକ୍ରବାର ଭୋରରୁ ଶ୍ରୀରାମଲାଲାଙୁ ସ୍ନାନ କରାଯାଇ ସମସ୍ତ ନୀତିକାନ୍ତି କରାଯାଇଥିଲା । ଏହି ସମୟରେ ଉଦିତ ସୂର୍ଯ୍ୟଙ୍କ କିରଣ ସିଧାସଳକ ରାମଲାଲାଙ୍କ ମସ୍ତକରେ ଲାଗିଥିବା ମଣି ଉପରେ ପଡ଼ି ତାହା ଝଲସି ଉଠିଥିଲା ।
ପ୍ରାୟ ୫ ମିନିଟ ହେବ ସୂର୍ଯ୍ୟଙ୍କକିରଣ ଏଭଳି ପଡ଼ି ରହିଥିଲା । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଭୋରରୁ ଆକାଶ ମେଘାଚ୍ଛନ୍ନ ଥିବାବେେଳେ ହଠାତ ସୂର୍ଯ୍ୟ ଦେବତା ଦେଖା ଦେଇଥିଲେ ।
ତାଙ୍କ କିରଣ ଅଯୋଧ୍ୟର ଶ୍ରୀରାମମନ୍ଦିରର ମଧ୍ୟରେ ପ୍ରବେଶ କରି ପ୍ରଭୁ ଶ୍ରୀରାମଲାଲାଙ୍କ ମସ୍ତକରେ ଲାଗିଥିବା ମଣିକୁ ଚମକାଇଥିଲା । ଏହାକୁ ଦେଖିବା ପାଇଁ ଭୋରରୁ ଅଯୋଧ୍ୟାସ୍ଥିତ ଶ୍ରୀରାମନମନ୍ଦିରରେ ସହସ୍ରାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥିଲା ।