ନିଃସର୍ତ ଖମା ମାଗିଲେ ସାଂସଦ ଦୁବେ
ବିଜୁବାବୁ ସମ୍ମାନସ୍ପଦ ଜନନାୟକ
ପୁରାତନ କଳିଙ୍ଗ ତଥା ବର୍ତମାନର ଓଡ଼ିଶାର ପ୍ରବାଦ ପୁରୁଷ ତଥା ବିଜୁ ଜନତା ଦଳର ପ୍ରତିଷ୍ଠାତା ବିଜୁ ପଟ୍ଟନାୟକଙ୍କ ବିରୋଧରେ ଝାରଖଣ୍ଡ ସାଂସଦ ନିଶିକାନ୍ତ ଦୁବେଙ୍କ ବିବାଦୀୟ ବୟାନ ନେଇ ରାଜରାସ୍ତା ଠାରୁ ନେଇ ରାଜ୍ୟସଭା ସବୁଠି ଚର୍ଚ୍ଚା ।
ଏହାକୁ ନେଇ ବିରୋଧୀ ବିଜେଡି ଗତ ୨ ଦିନ ଧରି ବିଧାନସଭାରେ ପ୍ରବଳ ହଟଗୋଳ କରି ବିଧାନସଭା କାମ କରାଦେଉନି । ତେଣେ ୧୯୬୨ ମସିହାରେ ଚୀନ ଯୁଦ୍ଧବେଳେ ସ୍ୱର୍ଗତ ବିଜୁବାବୁ ସିଆଇଏ ଏଜେଂଟ ସାଜି ଆମେରିକାର ହିତରେ କାମ କରିଥିଲେ ।
ତାଙ୍କ ପ୍ରରୋଚନାରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଚାରବାଟିଆ ବିମାନଘାଟିରେ ଆମେରିକୀୟ ବାୟୁସେନାର ବିମାନକୁ ଅବତରଣ ପାଇଁ ଅନୁମତି ଦେଇଥିଲେ ବୋଲି ସାଂସଦ ଶ୍ରୀ ଦୁବେ ଅଭିଯୋଗ ଆଣିଥିଲେ ।
ଏହାକୁ ନେଇ ସମଗ୍ର ରାଜ୍ୟ ତଥା ଦେଶରେ ରାଜନୀତି ସରଗରମ ହୋଇପଡ଼ିଥିଲା ।
ଏପରିକି ଦୁବେଙ୍କ ଏଭଳି ହୀନ ମନ୍ତବ୍ୟକୁ ନେଇ ମୁହଁ ଖୋଲିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।
ଦୁବେଙ୍କ ମୁଣ୍ଡ ଖରାପ ହୋଇଯାଇଛି ସେ ତୁରନ୍ତ କୌଣସି ମସ୍ତିଷ୍କ ବିଭାଗ ଡାକ୍ତରଙ୍କ ନିକଟରେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାନ୍ତୁ ବୋଲି ନବୀନ କହିଥିଲେ ।
ତେବେ ଦେଶବ୍ୟାପୀ ଏହି ସମାଲୋଚନା ପରେ ନରମିଛନ୍ତି ସାଂସଦ ଦୁବେ । ପ୍ରବାଦ ପୁରୁଷ ବିଜୁବାବୁଙ୍କୁ ଅପମାନିତ କରିବାକୁ ଏଭଳି କହିନଥିଲେ ।
ବରଂ ତକ୍ରାଳୀନ ପ୍ରଧାନମନ୍ତ୍ରୀ, ଇନ୍ଦିରାଗାନ୍ଧୀ ଓ କଂଗ୍ରେସ ଉଦେଶ୍ୟରେ ଏଭଳି କହିଥିଲି । ବିଜୁବାବୁ ସମ୍ମାନସ୍ପଦ ଜନନାୟକ ଥିଲେ, ଜନନାୟକ ରହିବେ ।
ଯଦି ମୋର ମନ୍ତବ୍ୟ କାହା ମନରେ ଦୁଃଖ ଦେଇଥାଏ ତା’ହେଲେ ମୁଁ ସେଥିପାଇଁ ନିଃସର୍ତ କ୍ଷମାପ୍ରାର୍ଥନା କରୁଛି ।