ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ମୂଲ୍ୟ ବୃଦ୍ଧି
ଇରାନ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଏଲ୍ପିଜି ସିଲିଣ୍ଡର ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି ।
ସରକାରୀ ବିଏସୟୁ ଆଇଓସି, ଏଚପିସିଏଲ ଏବଂ ବିପିସିଏଲ ବୁଧବାର ୧୯ କିଲୋଗ୍ରାମ ବାଣିଜି୍ୟକ ସିଲିଣ୍ଡର ମୂଲ୍ୟରେ ବୃଦ୍ଧି କରିଛନ୍ତି ।
ବିଶ୍ୱ ସ୍ତରରେ ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁଁ ତୈଳ କମ୍ପାନୀଗୁଡ଼ିକ ବୁଧବାର ବାଣିଜ୍ୟିକ ଏଲପିଜି (୧୯କିଲୋଗ୍ରାମ) ସିଲିଣ୍ଡର ମୂଲ୍ୟରେ ୧୯୫.୫୦ ଟଙ୍କା ବୃଦ୍ଧି କରିଛନ୍ତି ।
୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟରେ କୌଣସି ବୃଦ୍ଧି ହୋଇନାହିଁ । ମାର୍ଚ ୭ରେ ସେମାନଙ୍କ ମୂଲ୍ୟ ବୃଦ୍ଧି କରାଯାଇଥିଲା ।
ଇଣ୍ଡିଆନ ଅଏଲ, ହିନ୍ଦୁସ୍ତାନ ପେଟ୍ରୋଲିୟମ ଏବଂ ଭାରତ ପେଟ୍ରୋଲିୟମ ଆଜି ଏହି ଏଲପିଜି ସିଲିଣ୍ଡର ମୂଲ୍ୟରେ ବୃଦ୍ଧି କରିଛନ୍ତି ।
ବର୍ତମାନ ଏହି ସିଲିଣ୍ଡର ଏକ ରିଫିଲ ଦିଲ୍ଲୀରେ ଟ୨୦୭୮.୫୦ ପଇସାରେ ଉପଲବ୍ଧ ହେବ । ଗତକାଲି ପର୍ଯ୍ୟନ୍ତ ଏହାର ମୂଲ୍ୟ ୧୭୬୮ଟଙ୍କା ୫୦ପଇସା ରହିଥିଲା । ବୁଧବାରଠାରୁ ନୂତନ ମୂଲ୍ୟ ଲାଗୁ ହୋଇଛି । ଏହା ଲଗାତର ଚତୁର୍ଥ ମାସ ଯେଉଁଥିରେ ଏହି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଛି ।
ଏକ ମାସ ପୂର୍ବରୁ ମାର୍ଚ ୧ରେ ୨୮, ଫେବୃଆରୀ ୧ରେ ୪୯ ଏବଂ ଜାନୁଆରୀ ୧ରେ ୧୧୧ଟଙ୍କା ବୃଦ୍ଧି କରାଯାଇଥିଲା । ଯାହାଦ୍ୱାରା ବୁଝାପଡ଼ୁଛି ଯେ ଚାରି ମାସ ମଧ୍ୟରେ ୪୯୮ଟଙ୍କା ବୃଦ୍ଧି ପାଇଛି ।
ରାଷ୍ଟ୍ରାୟତ ଇଣ୍ଡିଆନ ଅଏଲ କର୍ପୋରେସନ ୱେବ୍ସାଇଟରୁ ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀରେ ୧୯କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ଏବେ ଟ୨୦୭୮.୫୦ପଇସା ହୋଇଛି । କଲକାତାରେ ଏହାର ମୂଲ୍ୟ ଟ୨୨୦୮.୦୦ପଇସା, ମୁମ୍ବାଇରେ ଟ୨୦୩୧.୫୦ପଇସା ଏବଂ ଚେନ୍ନାଇରେ ଏହାର ମୂଲ୍ୟ ଟ୨୨୪୬.୫୦ପଇସା ହୋଇଛିି ।
ତେବେ ଘରୋଇ ବ୍ୟବହୃତ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡର ମୂଲ୍ୟ ଅପରିବର୍ତିତ ରହିଥିବା ପରିଲକ୍ଷିତ ହୁଏ ।