ଜିଲା ଯୋଜନା ବୋର୍ଡ ପୁନର୍ଗଠନ
ନିଯୁକ୍ତି ପାଇଲେ ନୂତନ ଅଧ୍ୟକ୍ଷ
ରାଜ୍ୟ ସରକାର ୩୦ ଜିଲାର ଯୋଜନା ବୋର୍ଡ ନିମନ୍ତେ ବୁଧବାର ଅଧ୍ୟକ୍ଷ ଘୋଷଣା କରିଛନ୍ତି । ତାଲିକାରେ ଚାରିଜଣ ରାଜ୍ୟମନ୍ତ୍ରୀ ଯଥା ସୁରେଶ ପୂଜାରୀ, ନିତ୍ୟାନନ୍ଦ ଗଣ୍ଡ, ପୃଥିରାଜ ହରିଚନ୍ଦନ, କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ସାମିଲ କରାଯାଇଛି ।
ବୁଧବାର ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଅନୁଗୁଳ ଜିଲା ପାଇଁ ଅଶୋକ ମହାନ୍ତି, ବଲାଙ୍ଗିର ପାଇଁ ଲକ୍ଷ୍ମଣ ବାଗ, ବାଲେଶ୍ୱର- ପଦ୍ମଲୋଚନ ପରିଚ୍ଛା, ବରଗଡ଼ – ଅଶ୍ୱନୀ କୁମାର ଷଡ଼ଙ୍ଗୀ, ଭଦ୍ରକ – ସୀତାଂଶୁ ଶେଖର ମହାପାତ୍ର, ବୌଦ୍ଧ – କହ୍ନାଇ ଚରଣ ଡାଙ୍ଗ, କଟକ – ଛବି ମଲ୍ଲିକ, ଦେଓଗଡ଼ – ସୁରେଶ ପୂଜାରୀ, ଢ଼େଙ୍କାନାଳ – ସୀମାରାଣୀ ନାୟକ, ଗଜପତି – ଆଇନମନ୍ତ୍ରୀ ପୃଥ୍ୱିରାଜ ହରିଚନ୍ଦନ, ଗଞ୍ଜାମ- ପୂର୍ଣ୍ଣଚନ୍ଦ୍ର ସେଠୀ, ଜଗତସିଂହପୁର – ଅମରେନ୍ଦ୍ର ଦାସ, ଝାସୁଗୁଡ଼ା – ଟଙ୍କଧର ତ୍ରିପାଠୀ, ଯାଜପୁର – ଆକାଶ ଦାସନାୟକ, କଳାହାଣ୍ଡି – ସୁଧୀର ରଞ୍ଜନ ପାଟ୍ଟଯୋଶୀ, କନ୍ଧମାଳ – ଉମାଚରଣ ମଲ୍ଲିକ, କେନ୍ଦ୍ରାପଡ଼ା – ଡ. ଦୁର୍ଗାପ୍ରସନ୍ନ ନାୟକ, କେନ୍ଦୁଝର – ଡ. ଫକିର ମୋହନ ନାୟକ, ଖୋର୍ଦ୍ଦା – ପ୍ରଶାନ୍ତ କୁମାର ଜଗଦେ୍ଦବ, କୋରାପୁଟ – ରଘୁରାମ ମାଛ, ମାଲକାନଗିରି – ନରସିଂହ ମାଡ଼କାମୀ, ମୟୁରଭଞ୍ଜ – ଭାସ୍କର ମଢ଼େଇ, ନବରଙ୍ଗପୁର – ଗୌରୀଶଙ୍କର ମାଝୀ, ନୟାଗଡ଼ – ଦୁଷ୍ମନ୍ତ କୁମାର ସ୍ୱାଇଁ, ନୂଆପଡ଼ା – ଜୟ ଢୋଲକିଆ, ପୁରୀ – ଓମ ପ୍ରକାଶ ମିଶ୍ର, ରାୟଗଡ଼ – ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସମ୍ବଲପୁର – ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ସୁବର୍ଣ୍ଣପୁର – ରଘୁନାଥ ଜଗଦଲ, ସୁନ୍ଦରଗଡ଼ – ଦୁର୍ଗାଚରଣ ତନ୍ତି ।
ସୂଚନାଯୋଗ୍ୟ ଯେ ୨୦୨୪ ମସିହା ନିର୍ବାଚନ ପରେ ଜୁଲାଇରେ ରାଜ୍ୟ ଯୋଜନାବୋର୍ଡ ଭଙ୍ଗ ହୋଇଥିଲା । ଏହା ପରେ ଏହାର ପୁନର୍ଗଠନ ନିମନ୍ତେ ଦାବି ହୋଇ ଆସୁଥିଲା ।
ପ୍ରାୟ ୨ ବର୍ଷ ପରେ ସଂପ୍ରତି ତ୍ରିସ୍ତରୀୟ ପଂଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଯୋଜନାବୋର୍ଡର ପୁନର୍ଗଠନ କରାଯାଇଛି ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି ।