ଭାରତ ପହଂଚିଲା ୨୦ ମୃତଦେହ
ଆଜିକୁ ମଧ୍ୟପ୍ରାଚ୍ୟ ଯୁଦ୍ଧ ୩୩ଦିନରେ ଉପନୀତ ହୋଇଥିବାବେଳେ ବିଳମ୍ବିତ ରାତ୍ରିରେ କୁଏତ ଏୟାରୱେଜର ଏକ ସ୍ୱତନ୍ତ୍ର ବିମାନ କେରଳର ଏର୍ଣ୍ଣାକୁଲମରେ ଥିବା କୋଚିନ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିଛି ।
ଏଥିରେ ୨୦ଜଣ ସାଧାରଣ ନାଗରିକଙ୍କ ମୃତଦେହ ରହିଛି ।
ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଯୁଦ୍ଧରେ ୮ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ଦାବି କରୁଥିବାରୁ ଏହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହେବାକୁ ଲାଗିଛି ।
ଅନ୍ୟପକ୍ଷରେ ବୈଦେଶିକ ମନ୍ତ୍ରଣାଳୟର ବକ୍ତବ୍ୟ ଅନୁଯାୟୀ ସଂଘର୍ଷ ଯୋଗୁଁ ପ୍ରାୟ ୫୫ଲକ୍ଷ ଯାତ୍ରୀ ଭାରତ ଫେରି ଆସିଛନ୍ତି ।
ଭାରତୀୟ ଦୂତାବାସ ପ୍ରଭାବିତ ପରିବାରଗୁଡ଼ିକୁ ସକ୍ରିୟ ଭାବେ ସହାୟତା କରୁଛି ଏବଂ ମୃତଦେହ ଆଣିବାକୁ ଚେଷ୍ଟା କରାଯାଉଛି ।